୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୧୬ ନମ୍ବର ଜାତୀୟ ରାଜପଥ ଦୀକ୍ଷିତ ପଡା ସୁଳିଆ ମନ୍ଦିର ପଛ ପଟେ ଚଢ଼ାଉ କଲା ଟାଙ୍ଗୀ ପୋଲିସ । ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଅଟକାଇ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ସମୟରେ ଟାଙ୍ଗୀ ପୋଲିସ ତିନି ଜଣ ଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ ।
ଅନ୍ୟ ତିନି ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ତିନି ଜଣଙ୍କ ପାଖରୁ ଗୋଟିଏ ଖଣ୍ଡା, ଲୁହା ରଡ଼, ଛୁରୀ ସହିତ ନଗଦ ୧୧୫୦/- ଟଙ୍କା ଜବତା କରିବା ସହିତ ଘଟଣା ସ୍ଥଳରୁ ଗୋଟିଏ hero ଗ୍ଲାମର ଗାଡି ସହିତ ଅନ୍ୟ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ ।
ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ର ସୋମନାଥ ବେହେରା ୨୧,ବାଲୁଗାଁ ଖାରିବନ୍ଧ ଗ୍ରାମର ଅଶୋକ ପ୍ରଧାନ ୨୪ ଓ ସୋରଣ ଗ୍ରାମର ମଙ୍ଗୁ ବେହେରା ୨୫ କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାଁରେ ବହୂ ଥାନାରେ ଏକାଧିକ ଦକାୟତି ମାମଲା ରହିଛି । ପୋଲିସ ଅନୁଷନ୍ଧାନ ଜାରି ରଖିଛି ।

© 2023 Odisha Taza News.