ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) ଶ୍ରୀମନ୍ଦିର :- ଶ୍ରୀମନ୍ଦିର ସେବାୟତମାନଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯିବ । କେତେ ସେବାୟତ ପରିବାର ଅଛନ୍ତି, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ସେ ନେଇ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହେବ । ପ୍ରାୟ ୨୫୦ ଗରିବ ସେବାୟତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ।
ଏ ବାବଦ ଆବଶ୍ୟକ ଜମି ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଦେବ । କରୋନା ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ଦୁଇଗୁଣା ପାଳିଆ ପୁରସ୍କାର ସହ ଜୁଲାଇ ଓ ଅଗଷ୍ଟ ମାସରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।