ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) ଗଞ୍ଜାମ ଜିଲ୍ଲା :- ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ଏକାଠି କରୁଥିଲେ । କୀର୍ତ୍ତନ ଓ ଭଜନ ସାଙ୍ଗକୁ ଗାଁ ପରିକ୍ରମା ମଧ୍ୟ ହେଉଥିଲା । ଗୋଟିଏ ପଟେ ସରପଞ୍ଚଙ୍କ ପୁଅ ଓ ଅନ୍ୟପଟେ ନାଏବ ସରପଞ୍ଚ ହୋଇଥିବାରୁ ସବୁ ନିୟମକୁ ଯେମିତି ଜଳାଞ୍ଜଳି ଦେଇଥିଲେ । ଆଉ ପୁଲିସ ଓ ସ୍ଥାନୀୟ ପ୍ରଶାସନ ମଧ୍ୟ୍ୟ ଆଖିରେ ଅଙ୍ଗୁଳି ଗେଞ୍ଜି ଯେମିତି ନିରବଦ୍ରଷ୍ଟା ସାଜିଥିଲେ ।
ଯଜ୍ଞ ଶେଷ ହେବାର ୩ ଦିନ ପରେ ଏହାର ଭିଡିଓ ଭାଇରାଲ୍ ହେବାରୁ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନାଏବ ସରପଞ୍ଚଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି । କୋଭିଡ୍ ନିୟମ ଓ କଟକଣା ଉଲ୍ଲଂଘନ କରିଥିବାରୁ ସଂପୃକ୍ତ ନାଏବ ସରପଞ୍ଚଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ ହଟ୍ସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜା.ଡେଙ୍ଗାପଦର ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମରୁ ଏଭଳି ଏକ ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି ।