No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜ ନହର ନିକଟରେ ଥିବା ସହରାଞ୍ଚଳ ସମବାୟ ବ୍ୟାଙ୍କର ସଭାପତି ତଥା ବରିଷ୍ଠ ବିଜେଡି ନେତା ଏନି.ଶଙ୍କର ରାଓଙ୍କ ବିୟୋଗରେ ବ୍ୟାଙ୍କ ପକ୍ଷରୁ ଏକ ସ୍ମୁତି ଚାରଣ ସଭା ଆୟୋଜନ ହୋଇଯାଇଛି, ବ୍ୟାଙ୍କ ପରିଚାଳନା ବୋର୍ଡ ର ସଭାପତି ଏନ.ଶଙ୍କର ରାଓ ଙ୍କ ଅକାଳ ବିୟୋଗରେ ଆୟୋଜିତ ଏହି ଶୋକସଭା ରେ ବ୍ୟାଙ୍କ କର୍ମଚାରୀ ଙ୍କ ସମେତ ବ୍ୟାଙ୍କ ର ପରିଚାଳନା ନିର୍ଦ୍ଦେଶକ,

ବହୁ ସମବାୟ ବିଭାଗ ଅଧିକାରୀ ମାନେ ଶୋକ ପ୍ରକାଶ କରିଥଲେ, ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବହୀ ଅଧିକାରୀ ନାରାୟଣ ସେଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶୋକସଭା ରେ ସମବାୟ ଅଧିକାରୀ ହରିହର ସେଠ୍, କୁଞ୍ଜ ବିହାରି ପଟ୍ଟନାୟକ, ଆର.ଏମ.ସି.ଏସ.ସମ୍ପାଦକ ରମେଶ ମହାରଣା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ନିର୍ଦ୍ଦେଶକ ଅଭିମନ୍ୟୁ ପଣ୍ଡା ଓ ଆଦର୍ଶ ଦାସ ସ୍ମୁତି ଚାରଣ କରିଥିବା ବେଳେ ଜମିଦାର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟମାନଙ୍କ ମଧ୍ୟରେନିର୍ଦ୍ଦେଶକ ୱାଇ.ଗାଡେୟା ଉପସ୍ଥିତ ଥିଲେ କରିଥିଲେ ।
ସ୍ୱର୍ଗତ ରାଓ ଦୁଇ ଥର ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନ ରେ ନିର୍ଦ୍ଵନ୍ଦରେ ସଭାପତି ଭାବେ ପଦବୀ ହାସଲ କରିଥିଲେ, ପାରଳାଖେମୁଣ୍ଡି ରାଜନୀତି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ, ଜଣେ ମିଷ୍ଠଭାଷୀ ସମାଜସେବୀ ତାଙ୍କର ଅକାଳ ବିୟୋଗରେ ସହର ର ବିଭିନ୍ନ ମହଲ ରେ ଶୋକର ଛାୟା ଖେଳିଯାଇଛି।

No Result
View All Result