No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରବି ଋତୁ ଆରମ୍ଭ ହହୋଇଗଲାଣି, ଧାନ ଅମଳ ପରେ ପରେ ରବି ଚାଷ ଆରମ୍ଭ ହେବ । ଲୌହର ପ୍ରାଚୁର୍ଯ୍ଯ ଭିତରେ ବି ଶିଳ୍ପ ବିହୀନ ବାମନଘାଟୀ ଉପଖଣ୍ଡର କୃଷକଙ୍କ ପାଖରେ ଧାନ ଚାଷ ଛଡ଼ା ସେମାନଙ୍କ ପାଖରେ ବିକଳ୍ପ ଵ୍ଯଵସ୍ଥା ନ ଥିବାରୁ ଦାଦନ ପାଇଁ ଯୁବ ଗୋଷ୍ଠୀ ପ୍ରସ୍ତୁତ ହେଲେଣି । ଏଠାରେ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଖଡଖାଈ,ବାଙ୍କବଳ, ନେସା ଡେମ୍ ଅଛି ତଦସହ ଛୋଟବଡ ଚେକ ଡେମ୍ ଅଛି ।ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କୃଷକ ସଶକ୍ତିକରଣ ଯୋଜନା କରିଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ରାଇରଙ୍ଗପୁର ଅଂଚଳର ଶତାଧିକ ୭୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ନେଇ ରାଇରଙ୍ଗପୁର କୃଷକ ଉତ୍ପାଦକ ସଂଗଠନ ଗଢାଯାଇଛି । ଏଥିରେ ଭାଲୁବସା,ନାଗଭଣ,ନାଉଯୋଡା,ପୋଡାଡିହା, ଵୁଡାମରା,ନିଉତି,ମୂଷାବଣୀ, ନୂଆଗାଁ,ତିଳପୋଷି,ବଡବାଇକଳା ଗ୍ରାମର ଚାଷୀମାନେ ଆଳୁ,ଡାଲି ଜାତୀୟ ଚାଷ,ପିଆଜ,ରସୁଣ,ତୈଳ ଜାତୀୟ ଶସ୍ୟ ଚାଷ କରିବା ପାଇଁ ଜୋରଦାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ରାଇରଙ୍ଗପୁର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୃଷକ ଉତ୍ପାଦକ ସଂଗଠନର ଡାଇରେକ୍ଟର ଡମ୍ବରୁଧର ମହାନ୍ତ,ମେନେଜିଂ ଡାଇରେକ୍ଟର ତପନ ମହାନ୍ତ ରବି ଚାଷ ପାଇଁ ଜଳ ଯୋଗାଣ ନିମନ୍ତେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେମାନେ ମଧ୍ୟ ଚାଷୀମାନଙ୍କ ଅବଗତ ନିମନ୍ତେ ଆସନ୍ତା ୧୦ ତାରିଖ ଦିନ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ, ଉଦ୍ୟାନ ବିଭାଗ ଅଧିକାରୀ,କୃଷି ବିଭାଗ ଅଧିକାରୀ ଏବଂ କୃଷକ ଉତ୍ପାଦକ ସଂଗଠନର ସଦସ୍ଯ ମାନଙ୍କର ଏକ ସମନ୍ବୟ ବୈଠକ ଓ ଚାଷ ସମ୍ବନ୍ଧୀୟ ଆଲୋଚନା ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେଣୁ ସମସ୍ତ ସଦସ୍ୟ ଏହି ବୈଠକରେ ସାମିଲ ହୋଇ ନିଜର ସୁଚିନ୍ତିତ ମତାମତ ଦେବାପାଇଁ ଅନୁରୋଧ କରିଛନ୍ତି ।
No Result
View All Result