- ନୟାଗଡ଼ ଜିଲ୍ଲାର ସଟ ଡାଉନ କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ ଳଗ୍ନଜିତ୍ ରାଉତ ଙ୍କ ସଫଳ ପ୍ରୟାସ ସାଧାରଣ ରେ ପ୍ରଶଂସା
2.ସମଗ୍ର ଜିଲ୍ଲାରେ ପୁଲିସ ଏସ. ଆଇ ଧର୍ମେନ୍ଦ୍ର ଶିଆଳଙ୍କ ପ୍ରତି ଖୁସି ପ୍ରକଟ ।
ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) ନୟାଗଡ଼ :- ନୟାଗଡ ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନିୟନ୍ତ୍ରଣର ନାଁ ଜମା ଧରୁନି କରୋନା ମହାମାରୀ । କିଛି ଅସାଧୁ ପ୍ରକୃତିର ଲୋକଙ୍କୁ ଚେକ ଦେବା ପାଇଁ ନୟାଗଡ ଟାଉନ ଥାନାର କର୍ତ୍ତବ୍ୟନିଷ୍ଠ ତଥା ସାଧୁ ପୁଲିସ ସବଇନ୍ସପେକେଟର ଧର୍ମେନ୍ଦ୍ର ଶିଆଳଙ୍କୁ ଦିଆ ଯାଇଛି ବେଆଇନ ତଥା ଆଇନ ଖିଲାପକାରୀଙ୍କୁ ସାବାଡ଼ କରିବା ପାଇଁ ଦାୟିତ୍ୱ ।
ଯେକୌଣସି ଦାୟିତ୍ୱ ଥାନା ଏସ.ଆଇ ଶ୍ରୀଯୁକ୍ତ ଶିଆଳଙ୍କୁ ଦିଆଗଲେ ତାହାକୁ ସକାରାତ୍ମକ ଦିଗରେ ଆଗେଇ ନେଇ ତାହାକୁ ସଠିକ ରୂପରେ ପରିଚାଳନା କରିବାରେ ବେଶ ସୁନାମ ଓଡିଶା ପୁଲିସ ବାହିନୀରେ ଆଗରୁ ରହିଛି ପୁଲିସ ଅଧିକାରୀ ଶ୍ରୀଯୁକ୍ତ ଶିଆଳଙ୍କର । ଏହି ପରିପ୍ରେକ୍ଷୀରେ ସମଗ୍ର ଜିଲ୍ଲାରେ ଏସ. ଆଇ ଶ୍ରୀଯୁକ୍ତ ଶିଆଳ ଚଢ଼ାଉ ଜାରି ରଖି ଆଇନ ଖିଲାପକାରୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିବାବେଳେ ଆଜି ନୟାଗଡ ବ୍ଲକର ବିଭିନ୍ନ ଗ୍ରାମରେ ଚଢ଼ାଉ କରିଥିଲେ । ଏହି କ୍ରମରେ କାଳିକପ୍ରାସାଦ ଗ୍ରାମରେ ବେଆଇନ କାରବାର କରି ଥିବାରୁ ସେଇ ୨ଟି ଦୋକାନକୁ ସିଲ କରିଦେଇଛନ୍ତି ଶ୍ରୀଯୁକ୍ତ ଶିଆଳ ।
ଏହି ସମୟରେ ୫ ହଜାରରୁ ଉର୍ଦ୍ଧ ଆର୍ଥିକ ଜୋରିମାନା ଶ୍ରୀଯୁକ୍ତ ଶିଆଳ କରିଥିବା ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ । ଏହା ପରେପରେ ସମଗ୍ର ନୟାଗଡ ବ୍ଲକରେ ଆଇନ ଖିଲାପକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି । ତେବେ ସମାଜକୁ ବିଭୀଷିକା ମଧ୍ୟରୁ ରକ୍ଷ୍ୟା କରିବା ପାଇଁ ପରିଶ୍ରମୀ ପୁଲିସ ଅଧିକାରୀ ଧର୍ମେନ୍ଦ୍ର ଶିଆଳଙ୍କ ଏହି ଦବଙ୍ଗଗିରିକୁ ସମଗ୍ର ଜିଲ୍ଲାରେ ପ୍ରଂଶସା କରାଯିବା ସହ ଏହି କରୋନା ଯୋଦ୍ଧାଙ୍କୁ ଜିଲ୍ଲାବାସୀ ଆନନ୍ଦ ପ୍ରକଟ କରିଛନ୍ତି । ସମଗ୍ର ଜିଲ୍ଲାରେ ପୁଲିସ ଏସ. ଆଇ ଧର୍ମେନ୍ଦ୍ର ଶିଆଳଙ୍କ ପ୍ରତି ଖୁସି ପ୍ରକଟ । (ରିପୋର୍ଟ – ରାମ କୃଷ୍ଣ ରଥ)