No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଭାଗ ନେଇଥିଲେ ।
ସେହି ପରି ବ୍ଲକର ୭ଟି ବିଦ୍ୟାଳୟର ୧୪ ଜଣ ଛାତ୍ର ଛାତ୍ରୀ ଜଣ ଭାଗ ନେଇଥିଲେ ସେଥି ମଧ୍ୟରୁ ସୁଚିଶ୍ମିତା ପରିଡ଼ା, ସତ୍ୟ କୁମାର ସାହୁ,ଦୀପାଞ୍ଜଳୀ ପରିଡ଼ା, ରୁଦ୍ର ନାରାୟଣ ଦାସ, ଲକ୍ଷ୍ମୀଧର ସାହୁ, ମୋନାଲିସା ରାଉତ, ସଙ୍ଗୀତା ପ୍ରଧାନ, ରଶ୍ମିତା ପରିଡ଼ା ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତାରେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି ।
ସେହି ପରି ସୁଚିତ୍ରା ବେହେରା, ପ୍ରତୀକ୍ଷା ପ୍ରିୟଦର୍ଶନି, ସ୍ଵଂୟପ୍ରଭା ସାହୁ, ଚିତ୍ତରଞ୍ଜନ ସେଠି, ଶିବାନୀ ପ୍ରଧାନ ପ୍ରମୁଖ କଳା ଉତ୍ସବରେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ପ୍ରତିଯୋଗୀତାରେ ବିଚାରପତି ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ପ୍ରଧାନ, ରବୀନ୍ଦ୍ର କୁମାର ଖଣ୍ଡୁଆଳ ଯୋଗଦେଇ ପ୍ରତିଯୋଗିତା ମାନଙ୍କୁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଣୀ ଜୋସ୍ନାରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ହୋଇଥିଲା ।

No Result
View All Result