No Result
View All Result
୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ -୨୦୨୪ ପରିପ୍ରେକ୍ଷିରେ ଅଧିକରୁ ଅଧିକ ଯୁବ ଭୋଟର ତଥା ମହିଳା, ଦିଵ୍ଯାଙ୍ଗ,ଅସଚେତନ ଭୋଟରମାନେ ଭୋଟଦାନରେ କିପରି ସାମିଲ ହେବେ ସେ ନେଇ ଥିଲା ସଚେତନ କାର୍ଯ୍ୟକ୍ରମ ପରେ ବାମନଘାଟା ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ କାର୍ଯାଳୟ ପରିସରରେ ଆଜି ଉପଜିଲ୍ଲାପାଳ ସରୋଜ ଦାଶ ବିଧିଦତ୍ତ ଭାବେ ସହାୟତା କେନ୍ଦ୍ର କୁ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ
ଭୋଟର ପଞ୍ଜିକରଣ ସେବାରେ ଉପଲବ୍ଧ ଲାଭ ନେଇପାରିବେ; ସେଥିପାଇଁ ଅକ୍ଟୋବର ୨୮ ତାରିଖ ଦିନ ଏହି ଭୋଟର ସଚେତନତା କାର୍ଯ୍ୟକ୍ରମକୁ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପୌରହିତ୍ୟରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ପଥଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଥିଲା ।
ଉକ୍ତ ପଥଉତ୍ସବ ରେ ଉପଜିଲ୍ଲାପାଳ ସମସ୍ତ ନବଜାତ ଭୋଟର ମାନଙ୍କୁ କିପରି ନିଜର ନାମ ଭୋଟ ତାଲିକାରେ କିପରି ନିଜ ନାମକୁ ପଞ୍ଜିକରଣ କରିବେ ସେ ନେଇ ସଚେତନ ବାର୍ତ୍ତା ରଖିଥିଲେ । ଏବଂ ଅକ୍ଟୋବର ୨୮ ତାରିଖ ପରେ ଭୋଟର ସଂଶୋଧନ ଓ ପଞ୍ଜିକରଣ କରିବାର ସମସ୍ତ ନୀୟମାବଳୀ ଉକ୍ତ ସହାୟତା କେନ୍ଦ୍ର ରୁ ପ୍ରତ୍ଯେକ ଦିନ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ସହାୟତା ସେବା ଉପଲବ୍ଧ ବୋଲି ଉପଜିଲ୍ଲାପାଳ ସରୋଜ କୁମାର ଦାଶ ପ୍ରକାଶ କରିଥିଲେ ।
No Result
View All Result