No Result
View All Result
୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ପୋଲିସ୍ ବେଆଇନ୍ ବାଣ ଗୋଦାମରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ସହ ଦୁଇଭାଇଙ୍କୁ ଗିରଫ କରିଛି। ଆଜି ସୋମବାର ସକାଳ ସମୟରେ ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଗାଁ’ରେ ବେଆଇନ୍ ଭାବେ ଜନବସତି ମଧ୍ୟରେ ବିପୁଳ ପରିମାଣର ବିଷ୍ପୋରକ ବାଣ ଗଛିତ ରଖାଯିବା ସହିତ ଜନସାଧାରଣଙ୍କୁ ବିକ୍ରୀ କରିବା ପାଇଁ ମସୁଧା ହେଉଥିବା ଖବର ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ହସ୍ତଗତ ହେବା ପରେ ଥାନାର ଅନ୍ୟ କର୍ମଚାରୀ ମାନଙ୍କ ସହ ପାଟ୍ରୋଲିଂ ଡ୍ୟୁଟି କରୁଥିବା ଏଏସ୍ଆଇ ରମ୍ଭାବତି ବରୁଆ ପ୍ରମୁଖ ଚଢ଼ାଉ କରି ବହୁ ସଂଖ୍ୟାରେ ବିଜୁଳି “ଫାୟାର କ୍ରାକର” ଆଦି ଜବତ କରିଥିଲେ l
ଏହି ବେଆଇନ୍ ବ୍ୟାପାର ଚଳାଇଥିବା କୁସୁମାଟି ଗାଁ ମଝି ସାହିର ସ୍ଵର୍ଗତ କୈଳାସ ଚନ୍ଦ୍ର ସୁବୁଦ୍ଧିଙ୍କ ଦୁଇ ପୁଅ ଛବିନ୍ଦ୍ର କୁମାର ସୁବୁଦ୍ଧି (୪୯) ଓରଫ ଛବି ଓ ପବିତ୍ର ସୁବୁଦ୍ଧି (୪୬) ଓରଫ ପବି ଙ୍କୁ ଗିରଫ କରାଯାଇଛିl ଏଥି ସହିତ ସେମାନଙ୍କ ହେପାଜତରୁ ସ୍ଥାନୀୟ କାରିଗରଙ୍କ ଦ୍ଵାରା ପ୍ରସ୍ତୁତ କୁମ୍ପି ୪୦୦ ଟି,ସ୍ପାର୍କର୍ସ ୧୦୦୦ଟି,ଜାମିନ୍ କ୍ରାକର୍ସ ଡିଲକ୍ସ ୬୦ ପ୍ୟାକେଟ୍, କିଟ୍କାଟ ୧୬୦ ପ୍ୟାକେଟ୍,ଫୁଲହାଣ୍ଡି ଜଏଣ୍ଟ୍ ୨୧ ପ୍ୟାକେଟ୍,୯୭ ରଙ୍ଗ,ସଟ୍ ୮ ପ୍ୟାକେଟ୍, ରକେଟ୍ ୩୨ ପ୍ୟାକେଟ୍, ଆକାଶ ଚିତ୍ରକାର ୬୦ ପ୍ୟାକେଟ୍, ବିଭିନ୍ନ ସାଇଜର ସ୍ପାର୍କ ରଙ୍ଗ ୮୭ ପ୍ୟାକେଟ୍, ୧୫ପେଟି ଆକାଶ ପ୍ରଦୀପ ଆଦି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜୋନ୍ ୩ ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି l
ଏ ନେଇ ଜଟଣୀ ଥାନାରେ କେସ୍ ନଂ ୩୭୫/୨୩ ଭାରତୀୟ ବିସ୍ଫୋରକ ଅଧିନିୟମ ୧୮୮୪ / ସେକ୍ ୫ ଓଡ଼ିଶା ଆତସବାଜି ଏବଂ ଉଚ୍ଚ ସ୍ୱର ବକ୍ତା ନିୟମ ଅଧିନିୟମ ୧୯୮୫ ଆଧାରରେ ଆସାମୀ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି l ଅପରପକ୍ଷେ ସହର ତଥା ଆଖପାଖ ଅଞ୍ଚଳରେ ଅନେକ ସ୍ଥାନରେ ଥିବା ଘର, ମନ୍ଦିର, କୋଠଘର ଭିତରେ ବେଆଇନ୍ ଭାବେ ବାଣ ଗଛିତ ରଖାଯାଇଥିବା ଶୁଣିବାକୁ ମିଳୁଛି ଜଟଣୀ ପୋଲିସ୍ ଏଥିପ୍ରତି ଦୃଷ୍ଟି ଦେଲେ ଆହୁରି ଅନେକ ଚୋରା ବାଣ ବ୍ୟବସାୟୀ ଧରା ପଡିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛିl
No Result
View All Result