No Result
View All Result
୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ଵର :-> ଉତ୍ସବ ଋତୁକୁ ଦୃଷ୍ଟିରେ ରଖି କଟକର ତ୍ରିଶୁଳିଆ ସ୍ଥିତି ଆଧୁନିକ ଆବାସିକ ପ୍ରକଳ୍ପ ମହାଦେବ ଗ୍ରିନ୍ସ ପକ୍ଷରୁ ଗ୍ରାହକ ମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ଦୁର୍ଗାପୂଜା ଭାବ ଅନୁସାରେ ମହାଦେବ ଗ୍ରିନ୍ସର ପ୍ରତି ଗ୍ରାହକ ବୁକିଂ ଉପରେ ୧୯୦ ଗ୍ରାମର ସୁନା କଏନ ଜିତିପାରିବେ । ଏହି ସ୍ୱତନ୍ତ୍ର ଅଫର ମହାଦେବ ଗ୍ରିନ୍ସର ଆକର୍ଷଣ ବଢ଼ାଇବ ଯାହଉା ବିଳାସ, ସୁବିଧାର ଏକ ସମିଶ୍ରଣ ହୋଇଥିବା ବେଳେ ଏବେ ଗ୍ରାହକମାନଙ୍କ ଲାଗି ସୁବର୍ଣ୍ଣର ଏକ ସ୍ପର୍ଶ ଅପେକ୍ଷା କରିଛି । ତ୍ରିଶୁଳିଆର ମନମୁଗ୍ଧକର ପରିବେଶରେ ଥିବା ମହାଦେବ ଗ୍ରିନ୍ସ ଏକ ଆବାସିକ ପ୍ରକଳ୍ପ ଠାରୁ ବହୁ କିଛି ଅଧିକ ।
ଅତି ଯତ୍ନର ସହ ଜୀବନଶୈଳୀ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଗ୍ରାହକ ମାନଙ୍କ ମତ ଏବଂ ବ୍ୟାପକ ଗବେଷଣା ପରେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରାଯାଇଛି ଯାହା ସମସାମୟିକ ଡିଜାଇନ, ପ୍ରାକୃତିକ ସୌହାର୍ଦ୍ଦ୍ୟ ଓ ଆଧୁନିକ ସୁବିଧାସୁଯୋଗକୁ ପ୍ରଦାନ କରୁଛି । ଏଠାକାର ବାସିନ୍ଦାମାନେ ଏକ ଅତୁଳନୀୟ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବେ ଯାହାର ଚର୍ତୁପାର୍ଶ୍ୱରେ ରହିଛି ସବୁଜିମା, ପାନୋରାମିକ ଭିଷ୍ଟା ଓ ଚିନ୍ତାଶୀଳ ଭାବେ ପ୍ରସ୍ତୁତ କରାଯାଇଥିବା ଆଧୁନିକ ଜୀବନଶୈଳୀ । ମହାଦେବ ଗ୍ରିନ୍ସରେ କେତେକ ଉଲ୍ଲେଖନୀୟ ସୁବିଧାସୁଯୋଗ ରହିଛି ଯାହା ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବ:
• ବଡ଼ ଓ ଭଲ ଭାବେ ଆଲୋକ ଓ ବାୟୁ ଚଳାଚଳ କରୁଥିବା ଆପାର୍ଟମେଂଟ: ଅଧିକ ପ୍ରାକୃତିକ ଆଲୋକ ପାଇଁ ପ୍ରତିଟି ଆପାର୍ଟମେଂଟକୁ ପ୍ରସ୍ତୁତ କରାଯାଇଛି ଯାହା ଏକ ସତେଜ ଜୀବନ ବଂଚିବା ଅନୁଭବ ପ୍ରଦାନ କରିବ
• ତିନି ପାର୍ଶ୍ୱ ଖୋଲା ଫ୍ଲାଟ: ପାନୋରାମିକ ଭିଉ ଉପଭୋଗ କରିହେବ ଏବଂ ବ୍ୟାପକ ପ୍ରାକୃତିକ ଆଲୋକ ଖୋଲାପଣ ଓ ସୌନ୍ଦର୍ଯ୍ୟର ଭାବ ସୃଷ୍ଟି କରିବ
• ବାସ୍ତୁ ନିୟମ ଅନୁସାରେ ଡିଜାଇନ: ଡିଜାଇନ ଓ ଲେଆଉଟରେ ସୌହାର୍ଦ୍ଦ୍ୟକୁ ସୁନିଶ୍ଚିତ କରାଯାଇଛି ଯାହା ବଂଚିବା ଅନୁଭବରେ ଉନ୍ନତି ଆଣିବ
• ଉତ୍ସର୍ଗୀକୃତ ପୂଜା ସ୍ଥାନ: ପ୍ରତି ଫ୍ଲାଟରେ ପୂଜା ପାଇଁ ଉତ୍ସର୍ଗୀକୃତ ସ୍ଥାନ ଦୈନନ୍ଦୀନ ଜୀବନରେ ଆଧ୍ୟାତ୍ମିକତା ଜାଗ୍ରତ କରିବ
• ଡ୍ରାଇଭର ବିଶ୍ରାମ କକ୍ଷ: ଶ୍ରେଷ୍ଠ ସୁବିଧା ସୁଯୋଗ ଯେଉଁଠାରେ ବାସିନ୍ଦା ଓ ଅତିଥିଙ୍କ ଆରାମ ସୁନିଶ୍ଚିତ କରାଯାଇଛି

No Result
View All Result