ରଣପୁର ସ୍କୁଲ ଛକ ଓ ପଞ୍ଚୁଦୋଳ ପଡିଆ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
୨୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ନୀତି ପରମ୍ପରା ଅନୁଯାୟୀ ସମସ୍ତ ପର୍ବ ପର୍ବାଣୀ ଅନୁଷ୍ଠିତ ହୋଇ ଆସୁଅଛି । ଦଶହରା ପରେ ପରେ ଗଜଲକ୍ଷ୍ମୀ ପୂଜା ପାଇଁ ବେଶ୍ ସରଗରମ ରହିଛି ରଣପୁର ଅଞ୍ଚଳ । ଦୁଇ ଦିନ ଧରି ମା ଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରାଯାଇଛି । ସ୍କୁଲ ଛକ ଓ ପଞ୍ଚୁଦୋଳ ପଡିଆ ସ୍ଥିତ ପେଣ୍ଡାଲ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି । ପୂଜା ପେଣ୍ଡାଲ ଗୁଡ଼ିକ ଆଲୋକମାଳାରେ ସଜ୍ଜା ଯାଇ ମା ଙ୍କୁ ସ୍ଥାପନା କରାଯାଇଥିଲା ।

ମା ଙ୍କ ସମସ୍ତ ନୀତିକାନ୍ତି ରେ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । କ୍ଳବ୍ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ତିନି ଦିନ ଧରି ପୂଜା ପେଣ୍ଡାଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିଲା ଏବଂ ଆସନ୍ତାକାଲି ମା ଙ୍କୁ ବିସର୍ଜନ କରାଯିବ ବୋଲି ଜଣାଯାଇଛି । ଏପଟେ ପୁଣି କାର୍ତ୍ତିକ ମାସ ଆରମ୍ଭରୁ ଜଗନ୍ନାଥ ମନ୍ଦିର ଠୁଁ ଆରମ୍ଭ କରି ସମସ୍ତ ଦେବାଳୟ ଗୁଡ଼ିକରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।

କାର୍ତ୍ତିକ ମାସର ପ୍ରଥମ ଦିନରେ ହବିଷ୍ୟାଳି ମାନଙ୍କର ଜଗନ୍ନାଥ ମନ୍ଦିର ରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ତେବେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶାମୁକାସାହି ସ୍ଥିତ ପୂଜା ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ପୂଜା ନିମନ୍ତେ ମୂର୍ତ୍ତି ତିଆରି ଚାଲିଛି ।














