ବହଳଦା ବଜାର ରାସ୍ତା ଉପରେ ଖଣ୍ଡ ଖଣ୍ଡ ଚୋରା ଗୋ ମାଂସ ପିଣ୍ଡୁଳା ● ଘଟଣା ଜାଣିବା ପରେ ତାତିଲେ ଗ୍ରାମବାସୀ ● ଆଠ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ●
୨୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମୟୂରଭଞ୍ଜ :-> ସାଂଘାତିକ ସାମ୍ପ୍ରତିକ ଘଟଣା ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାର ମାଁ କିଚକେଶରୀ ଙ୍କ ପିଠର ମୁଖ୍ଯ ରାସ୍ତା ଉପରେ । ଖଣ୍ଡ ଖଣ୍ଡ ଗୋ ମାଂସ ପିଣ୍ଡୁଳା ପଡିଥିବାର ଦେଖିବାକୁ ମିଳିଥିଲା । ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାକୁ କେନ୍ଦ୍ର କରି ଅଞ୍ଚଳ ବାସୀ ଦୀର୍ଘ ସମୟ ଧରି ବହଳଦା ବଜାର ଓ ରାଞ୍ଚି ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ।
ସୂଚନା ଅନୁଯାଇ ଆଜି ଲକ୍ଷ୍ମା ପୂଜାର ଦ୍ବିତୀୟ ଦିନ ରେ ଭୋର ପ୍ରାୟ ୪ଟା ପାଖାପାଖି ବହଳଦା ବଜାର ବିଜୁପଟ୍ଟନାୟକ ଛକ ରୁ ମାଁ ପିଠ ର ପାଠକ ଦେଇ ଯାଇଥିବା ମୁଖ୍ଯ ରାସ୍ତା ଉପରେ ପ୍ରାୟ ଏକ କୁଇଣ୍ଟାଲ ପାଖାପାଖି ଗୋ ମାଂସ ପିଣ୍ଡୁଳା ପିଣ୍ଜୁଳା କରି ପଡିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଗୋ ମାଂସ ଖଣ୍ଡ କୁ ଦେଖି ତାତିଲେ ଅଞ୍ଚଳ ବାସୀ , ଏହା କୁ ଆଧାର କରି ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିଲା । ଘଟଣା ସମ୍ପର୍କ ରେ ରାଇରଙ୍ଗପୁର ଉପଖଣ୍ଡ ଏସ୍ ଡି ପିଓ ଓ ବହଳା ଆଇ ଆଇ ସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଉତ୍ଯକ୍ତ ଲୋକଙ୍କ ଦାବି ଜିଲ୍ଲାପାଳ ଆସନ୍ତୁ ଏକ ଲିଖିତ ପ୍ରତିଶୃତି ଦେଲେ ରାସ୍ତା ଅବରୋଧ ରୁ ହଠିବୁ ନଚେତ ଏହି ବିକ୍ଷୋଭ ଜୋରଦାର ଚାଲିବ ବୋଲି ପ୍ରକାଶ କରିଥିଲେ ।
ତେବେ ଘଟଣା କୁ ଭିତ୍ତି କରି ରାଇରଙ୍ଗପୁର ଏସ୍ ଡି ପିଓ ବହଳଦା ବଜାର ରେ ଥିବା ଡାକବଙ୍ଗଳା ରେ ଏକ ଶାନ୍ତି ବୈଠକ କରି କିପରି ଶାନ୍ତିପୂର୍ଣ୍ଣ ଭାବେ ଜନ ଜୀବନ ସ୍ବାଭାବିକ ହେବ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ବିକ୍ଷୋଭ କାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ପ୍ରତିଶୃତି ଦେଲେ କି ଯେ ୪୮ ଘଣ୍ଟା ମଧ୍ଯ ରେ ଅଭିଯୋଗ କାରିକୁ ଧରି କୋର୍ଟ ଚାଲାଣ କରିବି। ଏହା ଶୁଣିବା ପରେ ଜାତୀୟ ରାଜପଥ ଅବରୋଧ କୁ ଉଠାଇ ଦେଇଥିଲେ । ପରେ ଗମନାଗମନ ସ୍ବାଭାବିକ ହୋଇଥିଲା















