No Result
View All Result
୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଆଜି ଅଶ୍ଵିନୀ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି । ଏହି ପବିତ୍ର ଦିବସରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା ପଲ୍ଲିରୁ ସହର ପର୍ଯ୍ୟନ୍ତ ସଵୁଠି କରାଯାଇଥାଏ । ଏହାକୁ ନେଇ ସମଗ୍ର ପଲ୍ଲୀଶ୍ରୀ ସହର ଚଳ ଚଞ୍ଚଳ । ସୁଖ, ସମୃଦ୍ଧି, ଐଶ୍ଵର୍ଯ୍ୟ ର ଭଣ୍ଡାର ନେଇ ମା’ ଗଜଲକ୍ଷ୍ମୀ ବିରାଜିଛନ୍ତି । ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗରରେ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା ୧୯୯୫ ମସିହାଠାରୁ ଆଜିଯାଏଁ ନିରବର୍ଛିନ୍ନ ଭାବରେ ପୂଜାର୍ଚ୍ଚନା କରାଯାଉଛି ।
ଆଜି ସକାଳେ ଲକ୍ଷ୍ମୀପୂଜା ଭକ୍ତମାନେ କଳଶ ଧରି ଦୁଵୁଲାବେଡା ପୁଷ୍କରିଣୀ ଯାଇଥିଲେ । ସେଠାରେ ଶୌଚ ପରେ ମୁଖ୍ୟ ପୂଜକ ଶିକ୍ଷାବିତ୍ ନିକୁଞ୍ଜ କୁମାର ମିଶ୍ର ପୂଜାପାଠ କରିଥିଲେ । ସେଠାରେ ବରୁଣ ପୂଜା,ଗଣପତିପୂଜା ଘଟ ଆନୟନ କରାଯାଇଥିଲା । ଭକ୍ତମାନେ ମୁଣ୍ଡରେ କଳଶ ଧରି ପୂଜା ମଣ୍ଡପକୁ ଆସିଥିଲେ ।ଶ୍ରଦ୍ଧାଳୁମାନେ ଘଣ୍ଟ, ହୁଳହୁଳି,ଶଙ୍ଖ ,ବାଜା,ଢୋଲ,ବଜାଇ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ ।
ସେଠାରେ ପୂଜକ ମା’ ଙ୍କ ମହାସ୍ନାନ ପରେ ପ୍ରାଣ ପ୍ରତିଷ୍ଠା କରାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ପୂଜା ପ୍ରାରମ୍ଭରେ ଅଷ୍ଟଦଶ ମାତୃଗଣ ପୂଜା କରାଯାଇଥିଲା ଓ ପରେ ସୂର୍ଯ୍ୟ ପୂଜା,ଗଣପତି ପୂଜା,ଵର୍ଦ୍ଧନୀ କଳଶ ପୂଜା,ଅଣିମ୍ନେ ଅଷ୍ଟସିଦ୍ଧି ପୂଜା,,କୁବେର ପୂଜା, ସହିତ ନବଗ୍ରହ ଦଶଦିଗପାଳ ଏବଂ ସାବିତ୍ରୀ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ । କର୍ତା ଭାବେ ବିଷ୍ନୁପ୍ରସାଦ ଜେନା ପୂଜା ସଂପାଦନା କରିଥିଲେ ।
ପୂଜାକର୍ମ ପରେ ହୋମ କାର୍ଯ୍ୟ ସଂପାଦନ କରାଯାଇଥିଲା । ପରେ ବହୁ ଦୂରଦୂରାନ୍ତରୁ ଆସିଥିବା ବ୍ରତ ଧାରୀ,ମାନସିକଧାରୀ, ଶ୍ରଦ୍ଧାଳୁଙ୍କ ନଡ଼ିଆ,କଦଳୀ,ଭୋଗ, ନୈବେଦ୍ୟ ଭୋଗଲାଗି କରାଯାଇଥିଲା ।ଶେଷରେ ଅନ୍ନଭୋଗ ମା’ ଙ୍କ ନିକଟରେ ଲଗାଯାଇ ପୂଜା ସଂପାଦନା କରାଯାଇଥିଲା । ପରେ ଆରତୀ ଏବଂ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପୂଜା କାର୍ଯ୍ୟ ଶେଷ କରାଯାଇଥିଲା ।
ଅପରାହ୍ନ ୪ ଟା ପରେ ଚନ୍ଦ୍ରଗ୍ରହଣ ଲାଗି ଯୋଗୁଁ ଶ୍ରଦ୍ଧାଳୁମାନେ ଶୀଘ୍ର ଆସି ପୂଜାର୍ଚ୍ଚନା କରିଥିଲେ । ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ସୁସଜ୍ଜିତ ମଣ୍ଡପ,ମନୋଲୋଭା ମା’ ଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବାପାଇଁ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ସମଗ୍ର ଅଂଚଳରେ ଏକ ଭକ୍ତିମୟ ପରିବେଶ ହୋଇଉଠିଥିଲା .
No Result
View All Result