No Result
View All Result
୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ଓଡ଼ିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ସହାୟତାରେ ଉତ୍କଳ ସେବକ ସମାଜ ଦ୍ୱାରା ପରିଚିତ ଲିଙ୍କ ୱର୍କର ସ୍କିମ ପ୍ରକଳ୍ପ ବଲାଙ୍ଗୀର ମାଧ୍ୟମରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ଗେର୍ଡା ଗ୍ରାମପଞ୍ଚାୟ କାର୍ଯ୍ୟାଳୟ ପରିସରେ ଏଚଆଇଭି ସଂକ୍ରମିତ ଭାଇ ଓ ଭଉଣୀ ମାନଙ୍କ ପ୍ରତି ଥିବା ଘୃଣା ଓ ବାଛନ୍ଦ ଦୁର କରିବା ସମ୍ବନ୍ଧୀୟ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଅଛି। “ରୋଗକୁ ଘୃଣା,ରୋଗିକୁ ନୁହେଁ “,ଏହି ସଂକଳ୍ପ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଗଲା !
କାର୍ଯ୍ୟକ୍ରମରେ ଗେର୍ଡା ଗ୍ରା. ପ ର ସରପଞ୍ଚ ଶ୍ରୀମତୀ ରଶ୍ମୀତା ମଲ୍ଲିକ ମୁଖ୍ୟ ଅତିଥି, ଶ୍ରୀ ବେଲାର ସିଂ ସେନାପତି, କାଉନସେଲର, ଆଇସିଟିସି, ଘସିଆନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉତ୍କଳ ସେବକ ସମାଜ ର ବରିଷ୍ଠ କର୍ମୀ ଶ୍ରୀ ପ୍ରମୋଦ କୁମାର ଓଝା ସମ୍ମାନୀତ ଅଥିତି ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ ବାଲ୍ୟ ବିବାହକୁ ପ୍ରତିରୋଧ କରିବାକୁ ପ୍ରକଳ୍ପର ଜିଲ୍ଲା ସଂଯୋଜକ ଶ୍ରୀ ମହେନ୍ଦ୍ର ନନ୍ଦ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । କଳ୍ପନା କୁମାର, ପ୍ରବାସ ନାଗ, ଜିତେନ୍ଦ୍ର ସାଗର ଓ ପ୍ରକଳ୍ପ ର ସମସ୍ତ କ୍ଷେତ୍ର କର୍ମୀ କାର୍ୟ୍ଯ କ୍ରମ ରେ ସହଯୋଗ କରିଥିେଲ ।
No Result
View All Result