ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) କଟକ, ଆଠଗଡ଼ :- ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଜଣେ ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀ କାର୍ଯ୍ୟାଳୟ କୁ ଡାକି ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଚଳିତ ମାସ ୪ ତାରିଖ ରବିବାର ମଧ୍ୟାହ୍ନରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଜଣେ ବରିଷ୍ଠ କର୍ମଚାରୀ ଉକ୍ତ ମହିଳା କର୍ମଚାରୀଙ୍କୁ କୋଭିଡ କାର୍ଯ୍ୟ ପାଇଁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟ କୁ ଡାକିଥିଲେ । ଏହି ସମୟରେ ସେଠାରେ ଅନ୍ୟ କୌଣସି କର୍ମଚାରୀ ନଥିବାରୁ ଏହାର ସୁଯୋଗ ନେଇ କାମାନ୍ଧ ଅଧିକାରୀ ଜଣକ ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
ମହିଳା କର୍ମଚାରୀ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ କୈଶଳ କ୍ରମେ ସେଠାରୁ ଖସି ଆସି ଘଟଣା ସମ୍ପର୍କରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ମ୍ୟୈଖିକ ଭାବେ ଜଣାଇଥିଲେ । କାଲି ସେ ଆଠଗଡ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଲାଙ୍କୁ ସେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ତାଙ୍କ ନିକଟରେ ଅଭିଯୋଗ ହୋଇଛି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।ତେବେ ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ମହିଳା ନିର୍ବାହୀ ଅଧିକାରୀ କି ପଦକ୍ଷେପ ନେଉଛନ୍ତି ତାକୁ ଦେଖିବାକୁ ରହିଲା । (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)