୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁରରେ ଆଜି କୁମାର ପୂର୍ଣ୍ଣିମା କୁମାରୀ ମାନଙ୍କ ଲାଗି ବଡପର୍ବ । ଆଜିର ଦିନରେ ଚଉରା ମୂଳରେ ଅର୍ଘ୍ୟ ଅର୍ପଣ କରାଇ ଚନ୍ଦ୍ରକୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି । କୁମାରୀ ମାନେ ଚନ୍ଦ୍ରକୁ ବନ୍ଦାପନା କରି କରି ପୂଜାର୍ଚ୍ଚନା କରିଥାନ୍ତି । ନୂଆ ପୋଷାକ ପିନ୍ଧି କୁମାରୀମାନେ ପାହନ୍ତା ରୁ ଚନ୍ଦ୍ରଙ୍କୁ ଲିଆ ଅଞ୍ଜୁଳି ଟେକି ବ୍ରତ ପାଳନ କରିଥାନ୍ତି ।
ଏହି ଅବସରରେ ଘରେ ଘରେ ପିଠା ପଣା ପ୍ରସ୍ତୁତିର ପରମ୍ପରା ରହିଛି । ତେବେ ଆଜିର ଦିନ ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଏହାକୁ ନେଇ ସମୟ ଅନୁସାରେ ସମସ୍ତ ପରମ୍ପରା ପାଳନ କରାଯାଇଛି । ଭୋରୁ ଉଠି କୁମାରୀ ମାନେ ଲିଆ ଅଞ୍ଜୁଳୀ ଦେଇ ଦିନ ୩.୩୦ ସୁଦ୍ଧା ସମସ୍ତ ପୂଜାର୍ଚ୍ଚନା ସାରି କୁମାର ପୂର୍ଣ୍ଣିମା ବ୍ରତ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା ।
ତେବେ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ରଗ୍ରହଣ ପଡିଥିବାରୁ ସାମାନ୍ୟ ଫିକା ପଡିଛି କୁମାର ପୂର୍ଣ୍ଣିମା ଉତ୍ସବ । ସେହିପରି କୁମାରପୂର୍ଣ୍ଣିମାର ଠିକ୍ ପରଦିନ ହବିଷ୍ୟାଳୀ ମାନେ ବ୍ରତ ସଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ ।
୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।