୨୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଧେଶ କ୍ରମେ ଆଜି ସକାଳେ ଏକ ମିଳିତ ଚଢ଼ାଉ ବେଗୁନିଆ ଅଂଚଳର ମାଧପୁର ଓ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମ୍ୟ ଜଙ୍ଗଲରେ କରାଯାଇଥିଲା.

ଉକ୍ତ ମିଳିତ ଚଢ଼ାଉରେ ପ୍ରଚୁର ପରିମାଣରେ ଦେଶୀ ହାତ ରନ୍ଧା ମଦ ଓ ଦେଶୀ ମଦ ପ୍ରସ୍ତୁତ କରିବାପାଇଁ ରଖାଯାଇଥିବା ଗୁଡ ଓ ପିଡିଆ ମିଶ୍ରିତ ପୋଚ ଉଦ୍ଧାର କରାଯାଇ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରାଗଲା (375 ଲିଟର ହାତ ରନ୍ଧାଦେଶି ମଦ ଓ 4500 କେଜି ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ଗୁଡ ଓ ପିଡିଆ ମିଶ୍ରିତ ପୋଚ ଥାଇ).

ଉକ୍ତ ଚଢ଼ାଉରେ N. ଜଗିନ ରାଓ, ବେଗୁନିଆ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ, ASI ବିରଞ୍ଚି ନାରାୟଣ ମହାନ୍ତି, ରଞ୍ଜନ କୁମାର ଦାସ ଓ ସିପାହୀ ବିକାଶ କୁମାର ରାଉତ, ମନୋଜ କୁମାର ରଣସିଂ, ମହିଳା ସିପାହୀ ଚିନ୍ମୟୀ ସେଠି ଏବଂ ଜିଲ୍ଲା ଅବକାରୀ ବ୍ରହ୍ମ୍ୟମାଣ ସଂସ୍ଥା,

ଖୋର୍ଦ୍ଧା ର ଅନ୍ୟ staff ପ୍ରମୁକ ସାମିଲ ଥିଲେ… ଉପୋରକ୍ତ ଚଢ଼ାଉରେ ମାଧପୁର ଗ୍ରାମର ସୁକାନ୍ତ ସ୍ୱାଇଁ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି…ବରପଦା ଅଂଚଳର କୌଣସି ଆସାମୀ ଗିରଫ ହୋଇନାହାନ୍ତି















