ଓଡିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ୨୦୨୦ ଶନିବାର) ପାରଳଖେମୁଣ୍ଡି :- ଗଜପତିଜିଲ୍ଲାରେ ଆଜି ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ତାଲିକାରେ ଯୋଡ଼ି ହେଲେ ୨୫ ଆକ୍ରାନ୍ତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୯୧। ସଂକ୍ରମଣର ତଥ୍ୟକୁ ଅନୁଧ୍ୟାନ କଲେ ଏହାର ବିସ୍ପୋରକ ରୂପ ନେଉଥିବା ସ୍ପଷ୍ଟ ବାରି ହେଉଛି । ଏଥିମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା ହୋଇଥିବା ବେଳେ ୧୨ ଜଣ ଲୋକଲରୁ ଚିହ୍ନଟ ହୋଇଛନ୍ତି । ଏବଂ ୩ ଜଣ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ସ୍ଥିତି ଗମ୍ଭୀର ହେବାରେ ଲାଗଛି ।
ସହରରେ ଆଜି ପୁଣି ୧୩ ଚିହ୍ନଟ ହୋଇଛନ୍ତି । ଏହା ଗୋଷ୍ଠୀ ସଂକ୍ରମଣର ସ୍ପଷ୍ଟ ନିଦର୍ଶନ । ଯାହାକୁ ଦେଖି ସଟଡାଉନ ସମୟରେ ଘର ଘର ବୁଲି ସକ୍ରିୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅପରପକ୍ଷରେ ଗ୍ରାମାଞ୍ଚଳରେ ମଧ୍ୟ ସମାନ ଭାବରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି, ଆଜି ଉଭୟ ଗୁମ୍ମା ଏବଂ ଆର୍- ଉଦୟଗିରି ବ୍ଲକର ୬ଜଣ ଲେଖାଏଁ ଚିହ୍ନଟ ହୋଇଛି । ତଥ୍ୟ ଲୁଚାଇବା ମହଙ୍ଗା ପଡୁଥିବା ଆଲୋଚନା ହେଉଥିବା ବେଳେ, ଆଜି ବିଭିନ୍ନ ସାହିରୁ ପୁଣି ପାଞ୍ଚ ଜଣ ସର୍ଭେ ସମୟରେ ଚିହ୍ନଟ ହୋଇଛନ୍ତି । ଯାହା ଗୋଷ୍ଠୀ ସଂକ୍ରମଣ ଦିଗକୁ ଗତି କରୁଛି । ତେବେ ସମସ୍ତ ଭିତରେ ଜନସାଧାରଣ ପ୍ରଶାସନର ସମସ୍ତ ପ୍ରତିଷେଧକ କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ନିଜ ଆଡୁ ଗଜପତି ଜିଲ୍ଲା ବାସୀ ଓ ପାରଳାେମୁଣ୍ଡି ସହରର ଜନସାଧରଣ ବ୍ୟାପକ ସଚେତନ ହେବା ଜରୁରୀ ହୋଇପଡିଛି ।( ଗଜପତିଜିଲ୍ଲା /ଗରୁଡ଼ ଧ୍ଵଜଚୌଧୁରୀ)