ଓଡିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ୨୦୨୦ ଶନିବାର) ବାଲେଶ୍ୱର :- କରୋନା ସଂକ୍ରମଣ ଲାଗି ଶନିବାର ଓ ରବିବାର ୨ଦିନିଆ ବାଲେଶ୍ୱର ଜିଲ୍ଲାର ସଟଡାଉନ ହୋଇଛି । ବାଲେଶ୍ୱରର ଜଳେଶ୍ୱର ଠାରେ ମଧ୍ୟ ଆଜି ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଜଳେଶ୍ୱର ପୁଲିସ ପ୍ରଶାସନ ପକ୍ଷରୁ କରୋନାର ଗୋଷ୍ଠି ସଂକ୍ରମଣକୁ ଦୃଷ୍ଠିରେ ରଖି କଟକଣାକୁ କଡାକଡି ଭାବେ ପାଳନ କରାଯାଇଛି । ଜଳେଶ୍ୱରର ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିବାରୁ ରାସ୍ତାଘାଟ ଶୂନଶାନ ଓ ବିଭିନ୍ନ ଛକ ବଜାର ବନ୍ଦ ରହିଥିବା ଦେଖାଯାଇଛିଥିଲା । ଦେଶବ୍ୟାପୀ ୫ମ ଲକଡାଉନ ହୋଇଥିଲା ବେଳେ ଆମ ରାଜ୍ୟର ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦକରୋନାକୁ ହଟେଇବା ପାଇଁ ଶନିବାର ଓ ରବିବାର ୨ଦିନକୁ ସଟଡାଉନ ଘୋଷଣା କରାଇଥିଲେ । ଏହା ଶନିବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ହୋଇଛି ।
ଏହି ସମୟରେ ଲୋକ ମାନେ କେହି ବାହରକୁ ବାହାରି ନଥିଲାବେଳେ ଦୋକାନ ବଜାର ବନ୍ଦ ରହିଛି । କେବଳ ନିର୍ଦ୍ଧିଷ୍ଟ କେତୋଟି ମେଡିସନ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ରେଲବାଇ, ପାଣିଯୋଗାଣ, ପୁଲିସ, ଅଗ୍ନିସମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିବାକୁ ଥିଲା ବେଳେ ପୁଲିସ ଦ୍ୱାରା ଅନୁମୋଦିତ ଗଣମାଧ୍ୟମ ପ୍ରତିନିଧି ଓ ମାଲ ପରିବହନ କରୁଥିବା ଗାଡିହିଁ କେବଳ ଚଳାଚଳ କରିଥିବା ଦେଖା ଯାଇଛି । କାଳେ ଲୋକମାନେ କଟକଣାକୁ ଉଲଘଂନ କରିବେ; ସେଥିପାଇଁ କଡାକଡି ଭାବେ ପାଳନକରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ ,ଉପ ଜିଲ୍ଲାପାଳ ,ଏସ .ପି ପ୍ରମୁଖ ବିଭିନ୍ନ ଅଂଚଳ ପରିକ୍ରମ କରିଥିଲେ । ଜଳେଶ୍ୱରର ଶାନ୍ତିପୂଣ୍ଣ ଭାବେ ସରକାରଙ୍କ ଲକଡାଉନ ନିୟମକୁ ସମ୍ମାନ ଦେଇଥିବାରୁ ଓ କରୋନା ପାଇଁ ଅଧ୍ୟିକରୁ ଅଧ୍ୟିକ ସଚେତନ ହୋଇଥିବାରୁ ଜଳେଶ୍ୱର ପୋଲିସ ପ୍ରସାସନକୁ ବିଭିନ୍ନ ମହଲରୁ ଓ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି । (ଦୀପ୍ତିମାନ୍ ପତି/ବାଲେଶ୍ୱର) ଜଳେଶ୍ୱର