୨୬ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଧରାପୃଷ୍ଟରୁ ବିଦାୟ ନେଲେ ମା,ଦୂର୍ଗା । ପୁଣି ଅପେକ୍ଷା ଆର ବରଷକୁ । ଆଶ୍ୱିନ ମାସ ଷଷ୍ଠୀ ପୂଜାରୁ ଜଗତ ଜନନୀ ମା, ଦୂର୍ଗା ଧରାପୃଷ୍ଠରେ ଅବସ୍ଥାନ କରିଥିଲେ । ରୌପ୍ୟ ନଗରୀ କଟକ ସହର ଦଶହରା ପାଇଁ ଉତ୍ସବ ମୁଖର ହୋଇଉଠିଲା । ଷଷ୍ଠୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜା ମଣ୍ଡପ ଉତ୍ସବ ମୁଖର ସହିତ, ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା । ପୂଜା ଆରମ୍ଭ ରୁ ଭଷାଣୀ ପର୍ଯ୍ୟନ୍ତ ରୌପ୍ୟ ନଗରୀ କଟକ ସହରରେ ମାଙ୍କୁ ଦର୍ଶନ କରିବା ପାଇଁ, କଟକ ସହର ସମେତ ବାହାର ରାଜ୍ୟକୁ ଛୁଟି ଆସିଥିଲେ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ।

ବୁଧବାର ଆରମ୍ଭ ହୋଇଥିଲା ଭଷାଣୀ ଉତ୍ସବ । କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ୧୬୦ ଟି ଦୂର୍ଗା ଏବଂ ହରପାର୍ବତୀ ମେଢ଼ ନିଜ ନିଜର ସାହି ପରିକ୍ରମା କରିସାରି ପୁରୀଘାଟର ଦେବୀ ଗଡା ଅଭିମୁଖେ ଭଷାଣୀ ପାଇଁ ଶୋଭାଯାତ୍ରାରେ ବାହାରିଥିଲେ । ପାରମ୍ପରିକ ବାଜା , ଘୋଡ଼ା , ଷଣ୍ଢ , ବାଘ ନାଚ ବେଶ ଆକର୍ଷଣ ହୋଇପାରିଥିଲା । ମଙ୍ଗଳାବାଗ ଠାରେ ମଙ୍ଗଳାବାଗ ଦୂର୍ଗାପୂଜା କମିଟି ପକ୍ଷରୁ ବିଭିନ୍ନ ମେଢ଼ର କର୍ମ କର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଭୋଗହାଣ୍ଡି ପ୍ରଦାନ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମହାନଗର ଶାନ୍ତି କମିଟିର ସଂପାଦକ ଭିକାରୀ ଦାସ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ଡିସିପି ପିନାକ ମିଶ୍ର, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, ସିଏମସି ମେୟର ସୁବାଷ ସିଂ, କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ ଙ୍କୁ ମଙ୍ଗଳାବାଗ ଠାରେ ଭଷାଣୀ ସମ୍ବର୍ଦ୍ଧନା ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ ମେଢ଼ ପାଖରେ ଆବଶ୍ୟକ ଅନୁସାରେ ପୋଲିସ ଫୋର୍ସ ଏବଂ ଅଫିସର ଙ୍କୁ ମୁତୟନ କରାଯାଇଥିଲା ଆଜି ଅପରାହ୍ନ ସୁଦ୍ଧା ସମସ୍ତ ମେଢ଼ ଦେବୀ ଗଡା ଠାରେ ନିର୍ମିତ ଅସ୍ଥାୟୀ ଜଳାଶୟ ରେ ବିଷର୍ଜନ କରାଯାଇଥିଲା । ଦେବୀ ଗଡା ଠାରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କାଁ ଭାଁ ଗଣ୍ଡଗୋଳକୁ ବାଦଦେଲେ ଶାନ୍ତି ଶୃଙ୍ଖଳାର ସହ ଭଷାଣୀ କାର୍ଯ୍ୟ ଚାଲିଛି । ଆଜି ସନ୍ଧ୍ୟା ସୁଧା ସମସ୍ତ ମେଢ଼ ବିଷର୍ଜନ ହୋଇଯିବ ବୋଲି ଆଶାକରା ଯାଉଛି ।
















