• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶାରଦୀୟ ଦଶହରା କୁ ନେଇ ଉତ୍ସବ ମୁଖର ରଣପୁରଗଡ : ମାଳ ଅଞ୍ଚଳ କୁ ପ୍ରତ୍ୟାଗମନ କଲେ ମା ଖିଲମୁଣ୍ଡା

Proprietor Abhimanyu Maharana by Proprietor Abhimanyu Maharana
October 25, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ଶାରଦୀୟ ଦଶହରା କୁ ନେଇ ଉତ୍ସବ ମୁଖର ରଣପୁରଗଡ : ମାଳ ଅଞ୍ଚଳ କୁ ପ୍ରତ୍ୟାଗମନ କଲେ ମା ଖିଲମୁଣ୍ଡା
Share on FacebookShare on TwitterWhatsapp

୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ଗଡଜାତ ଅମଳରୁ ରଣପୁରଗଡର ଆରାଧ୍ୟ ଦେବୀ ମା ମଣିନାଗ ଙ୍କ ପୀଠରେ ଦ୍ଵିତୀୟା ଠାରୁ ଷୋଳପୂଜା କୁ ନେଇ ଦେବୀ ଦୂର୍ଗା ଙ୍କ ର ଦଶମୀ ପୂଜା ତଥା ଦଶହରା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମା ଙ୍କ ପୂଜା ବେଶ ଧୁମ ଧାମ ରେ ପାଳିତ ହେଉଛି ।

ଶାରଦୀୟ ଦୂର୍ଗା ପୂଜା ଅବସରରେ ମା ଖୀଲାମୁଣ୍ଡା ଙ୍କ ଆଗମନ ସାଙ୍ଗକୁ ମଣିନାଗ ପୀଠରେ ନବରାତ୍ରୀ ପୂଜା ସହ ଦୁର୍ଗା ମଣ୍ଡପରେ ପୂଜା କାର୍ଯ୍ୟ କୁ ନେଇ ସମଗ୍ର ରଣପୁର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି । ଦୁର୍ଗା ପୂଜା ମଣ୍ଡପ କୁ ସୁନ୍ଦର ଭାବରେ ବିଭିନ୍ନ ଆଲୋକ ମାଳା ରେ ସଜ୍ଜା ଯାଇ ଆକର୍ଷଣୀୟ କରାଯାଇଥିଲା ।

ପରମ୍ପରା ଅନୁସାରେ ସମସ୍ତ ନୀତିକାନ୍ତି ପାଳନ ହେଉଥିବା ବେଳେ ରାଜବାଟୀ ଭିତରେ ୧୬ ଦିନ ଧରି କାଠି ଠାକୁରାଣୀ ମା ଖିଲାମୁଣ୍ଡା ଙ୍କ ଘଟ ପୂଜା କରାଯିବା ସହିତ ମାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।

ମହାରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ଓ ରାଜକୁମାର କୌଶିକ ସିଂ ଦେଓଙ୍କ ସହିତ ରାଜପୂଜାରୀ ମା ଙ୍କ ସାଙ୍ଗରେ ହାଟସାହି ଛକ ନିକଟକୁ ଯାଇ କାଠି ଠାକୁରାଣୀ ଙ୍କ ର ନିତିକାନ୍ତି ସମ୍ପନ୍ନ କରିଥିଲେ ପରେ ରାଜା ଙ୍କ ହସ୍ତରେ ତୋପ ଫୁଟାଇ ପାରା କୁ ପୂଜା ଘଟ ରୁ ଉଡ଼ାଇ ଦିଆଯାଇଥିଲା । କାଠି ରୂପରେ ଆସିଥିବା ମା ଖିଲାମୁଣ୍ଡା ଆଜି ରାଜବାଟି ରୁ ପାରା ରୂପରେ ଭେଟବର ମାଳ ଅଞ୍ଚଳକୁ ବିଦାୟ ନେଲେ ।

ରଣପୁରର ବଜରଙ୍ଗୀ ସେନା ଓ ଯୁବ ଗୋଷ୍ଠୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟ ଟି ସୁରୁଖୁରରେ ଅନୁଷ୍ଠିତ ହୋଇଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ରଣପୁର ଜଗନ୍ନାଥ ବଜାର ସ୍ଥିତ ଦୁର୍ଗାପୂଜା ମଣ୍ଡପରେ ମା ଙ୍କର ମହାସପ୍ତମୀ , ମହାଅଷ୍ଟମୀ ପୂଜା ବଡ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ଦୁର୍ଗା ପୂଜା କମିଟି ଦ୍ୱାରା ମା ଙ୍କର ବିଧି ମୁତାବକ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଆଜି ପୂଜା ମଣ୍ଡପରେ ମା ଙ୍କ ଦଶମୀ ପୂଜା ସମ୍ପନ୍ନ ହୋଇଯାଇଛି । ଦ୍ୱିତୀୟା ଦିନ ଠାରୁ ପୂଜା ମଣ୍ଡପରେ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଥିଲା । ଶୁକ୍ରବାର ସଂନ୍ଧ୍ୟାରେ ଏହି ସାଂସ୍କୃତିକ ମଂଚକୁ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଓ ଉପାଧ୍ୟକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ପରେ ପାଲା ଗାୟକ ଜ୍ଞାନସୁଧା ଶାରଦା ପ୍ରସନ୍ନ ନାୟକ ଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଏବଂ ସପ୍ତମୀ ଠାରୁ ଅନ୍ୟତମ ଗାୟକ ଯୁବ ଶିରୋମଣୀ ସୁବାସ ଚନ୍ଦ୍ର ସେନାପତି ଙ୍କ ଦ୍ୱାରା ପାଲା ପରିବେଷଣ ର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜିର ମଞ୍ଚ ଉଦଯାପନି ଦିବସ ରେ ପୁଜାକମିଟି ର ସଭାପତି ଧନେଶ୍ଵର ପ୍ରଧାନ ଓ ମୂଖ୍ୟ ଅତିଥି ଭାବେ ବିଜେପି ର ମୁଖପାତ୍ର ସମ୍ବିଦ ପାତ୍ର ,

ପୂର୍ବତନ ମନ୍ତ୍ରୀ ସୁରମା ପାଢୀ , ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା , କୋଷଧକ୍ଷ ସର ପ୍ରଧାନ , ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସମ୍ବିଦ ପାତ୍ର ମଞ୍ଚ ରେ ଦୂର୍ଗା ମା ଙ୍କ ଶ୍ଳୋକ ରେ ଜନତା ଙ୍କୁ ମୋହିତ କରି ନେଇଥିଲେ ।

ଏବଂ ବିଶିଷ୍ଟ ଶିକ୍ଷାବିତ ବିରଂଚି ନାରାୟଣ ତ୍ରିପାଠୀ ଙ୍କ ଦ୍ବାରା ମଞ୍ଚ ପରିଚାଳନା କରାଯାଇଥିଲା । ଜୟ ଶ୍ରୀ କ୍ରିଷ୍ନା ଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ରଣପୁରରେ ଅଧିକ ରୁ ଅଧିକ ଶ୍ରଦ୍ଧାଳୁ ଙ୍କ ଯୋଗଦାନରେ ମା ଙ୍କ ଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଅଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

April 26, 2026
ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version