୨୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମି ଗ୍ରାମପଞ୍ଚାୟତ ଗୁମି ଗ୍ରାମର ଆରାଧ୍ୟ ଦେବୀ ମା ହାତୀଗଣ୍ଡ ଠାକୁରାଣୀ ଙ୍କ ଅଷ୍ଟମୀ ଉତ୍ସବ ଉପଲକ୍ଷେ ମା ହାତୀଗଣ୍ଡ ସେବା ସମିତି ଟ୍ରଣ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆରାଧ୍ୟଦେବୀ ମା ହାତିଗଣ୍ଡ ଠାକୁରାଣୀଙ୍କୁ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।
















