ମା’ଙ୍କୁ କେମିତି ଦର୍ଶନ କରିବେ..
୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଜାମ୍ମୁ :-> ମାତା ବୈଷ୍ଣୋଦେବୀ I ସେ ମହାକାଳୀ, ମହାଲଷ୍ମୀ I ମହା ସରସ୍ବତୀଙ୍କ ମିଳିତ ରୂପ I ତାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ I ସେଥିପାଇଁ ଗୁମ୍ଫାରେ ବିରାଜିତା ମା’ଙ୍କୁ ବର୍ଷକୁ ପ୍ରାୟ ୪୦ ଲକ୍ଷ ଭକ୍ତ ଦର୍ଶନ କରିଥାନ୍ତି I ଭାରତର ୫୨ ପ୍ରମୁଖ ଶକ୍ତିପୀଠ ଭିତରେ ପ୍ରମୁଖ ଓଁକାର ପୀଠ ଓସମୟରେ ଦର୍ଶନ କରିବେ..?
ତାହା ଗୁରୁତ୍ୱପୂର୍ଣ୍ଣ I ଜାମ୍ମୁ ଓ କାଶ୍ମୀରର ରାଶୀ ଜିଲ୍ଲାସ୍ଥ କଟ୍ରାର ୫,୨୦୦ ଫୁଟ ଉଚ୍ଚରେ ଥିବା ତ୍ରିକୂଟ ପର୍ବତରେ ମା’ ବିରାଜିତା ହୋଇଛନ୍ତି I ମହାଭାରତ ପୂର୍ବରୁ ସେ ‘ଜମ୍ବୁ ଉପତ୍ୟକା\’ (ଏବର ଜାମ୍ମୁ)ରେ ଅଭିର୍ଭୁତା ହୋଇ ଥିଲେ I ସେଥିପାଇଁ କୁରୁକ୍ଷେତ୍ର ଯୁଦ୍ଧ ପୂର୍ବରୁ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ଅର୍ଜୁନ ଅନ୍ୟ ପାଣ୍ଡଵ ଭ୍ରାତାଙ୍କୁ ନେଇ ମାତାଙ୍କୁ ଦର୍ଶନ ସହ ପୂଜା କରିଥିଲେ I ମାତା ନିଷ୍ଠାରେ ହୋଇଥିବା ପୂଜାରେ ସନ୍ତୁଷ୍ଠ ହୋଇ ବରଦାନ କରିଥିଲେ I ତେଣୁ ମାଙ୍କ କୃପା ପାଇବାକୁ ହେଲେ ନିଷ୍ଠାର ସହ ପୂଜା କରିବା ବିଧେୟ I
କେତେବେଳେ ଦର୍ଶନ କରିବେ..?
ସାରା ବର୍ଷ ମାତାଙ୍କୁ ଦର୍ଶନ କରିପାରିବେ I ହେଲେ ନବରାତ୍ରୀ, ଦିପାବଳୀ I ହିନ୍ଦୁ ନବବର୍ଷରେ ସ୍ୱତନ୍ତ୍ର ପୂଜା ହେଉଥିବାରୁ ମାଙ୍କୁ ଦର୍ଶନ କରିବା ଭଲ I ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି I
କେମିତି ଯିବେ..?
କଟ୍ରାରୁ ମାତାଙ୍କ ଭବନର ଦୂରତା ୧୨.୫ କିଲୋମିଟର I ଏହାରି ମଝିରେ ଅର୍ଥାତ ୬.୩ କିମି ପରେ ଅଧକୁଆଁରୀ ପୀଠ ପଡ଼ିବ I ଆପଣ ଚାଲି ଚାଲି ବା ଘୋଡ଼ା ବା ପାଲିଙ୍କି ବା ହେଲିକପ୍ଟରରେ ଯାଇ ମାଙ୍କୁ ଦର୍ଶନ କରିପାରିବେ I ଵିଧି ଅନୁସାରେ ତ୍ରିକୂଟ ଗୁମ୍ଫାରେ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବା ପରେ ଆପଣ ଭୈରନାଥଙ୍କୁ ଦର୍ଶନ ନ ଫେରିବେ ନାହିଁ I ନ ହେଲେ ଦର୍ଶନ ସାର୍ଥକ ହେବ ନାହିଁ I
ଭବନ ଠାରୁ ଭୈରନାଥଙ୍କ ମନ୍ଦିର ମାତ୍ର ୨.୫ କିମି ଦୂର I ଆପଣ ଉଡନ ଖଟୋଲା, ଘୋଡା ବା ପାଦରେ ଚାଲି କରି ଯାଇ ପାରିବେ I ସେଠାରେ ବାବାଙ୍କୁ ଦର୍ଶନ ସାରି ଅନ୍ୟ ଠାକୁର ଓ ଠାକୁରାଣୀଙ୍କୁ ଦର୍ଶନ କରି କଟ୍ରା ଫେରିବେ I
ପୂଜା ସାମଗ୍ରୀ କଣ ନେବେ..?
ମାତା ବୈଷ୍ଣୋ ଦେବୀଙ୍କ ପ୍ରିୟ ହେଉଛି ନଡ଼ିଆ I ନାଲି ରଙ୍ଗର ଚୁନୁରୀ I ମାତ୍ର ସୁରକ୍ଷା ଦୃଷ୍ଟିରୁ ନଡ଼ିଆକୁ ଗୁମ୍ଫା ଭିତରକୁ ଛଡା ଯାଉ ନାହିଁ I ଆପଣ ଭବନର ଗୁମ୍ଫା ପ୍ରବେଶ ପୂର୍ବରୁ ସେବାୟତଙ୍କୁ ପୂଜା ସାମଗ୍ରୀ ଦେଇ ଦେବେ I ପୁଣି ଫେରିଲା ବେଳେ ପୂଜା ସାମଗ୍ରୀ ନେଇ ଆସିବେ I ଏତିକି ବେଳେ ଗୋଟିଏ ବିରଳ ମାତାମୁଦ୍ରା ମିଳିବ I ତାକୁ ଆଣିବାକୁ କେବେ ଭୁଲିବେ ନାହିଁ I ଗଲା ବେଳେ ପାଟିରେ ଜୟ ମାତା କୀ ବା ଜୟ ମାତା ଦି ବା ମାତା ଶ୍ଳୋକ ବୋଲି ଚାଲିଥିବେ I ଏମିତି ଵିଧି ଅନୁସାରେ ପୂଜା କଲେ ମାଙ୍କ ଆଶୀଷ ପାଇ ପାରିବେ I














