ଓଡିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ୨୦୨୦ ଶନିବାର) ଭୁବନେଶ୍ୱର ଭୀମଟାଙ୍ଗୀ :- ମୁଁ ଅଚିହ୍ନା ଶବର ସାଥୀ ଅସହାୟ ଓ ଅବହେଳିତଙ୍କ ଲାଗି ପୂର୍ଣ୍ଣ ସମର୍ପିତ । ଯାହାର କେହି ନାହାନ୍ତି ତା’ର ମୁଁ ଅଛି ।’ ଏ କଥା କହିଛନ୍ତି ମଧୁସ୍ମିତା ପୃଷ୍ଟି । ଘର ସଂସାର ଜଞ୍ଜାଳ ଭିତରେ ବି ତାଙ୍କ ଆଖି ଖୋଜେ ସେହି ଅସହାୟ ଲୋକଙ୍କୁ । ଅସୁବିଧାରେ ପଡ଼ିଥିବା ଲୋକଙ୍କ ଫୋନ୍ କଲ୍କୁ ସବୁ ବେଳେ ସେ ଅପେକ୍ଷା କରିଥାଆନ୍ତି। କଲ୍ ଆସିବା ମାତ୍ରେ ସେ ବାହାରି ପଡ଼ନ୍ତି ।
କେତେବେଳେ ସେ ରେଳଧାରଣାରେ ପଡ଼ିଥିବା ଶବ ଉଠାନ୍ତି ତ ପୁଣି କେତେବେଳେ ମୁଖାଗ୍ନି ଦିଅନ୍ତି । ମଧୁସ୍ମିତାଙ୍କ ହୃଦୟରେ ଦରଦ ଯେତିକି ମନରେ ମଧ୍ୟ ସାହସ ସେତିକି ରହିଛି । ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ରହନ୍ତି ମଧୁସ୍ମିତା । ଶବ ସତ୍କାର ଭଳି ମହତ୍ କାର୍ଯ୍ୟରେ ନିଜକୁ ସେ ନିୟୋଜିତ କରିଛନ୍ତି । ଏଭଳି ଅଚିହ୍ନା ଲୋକଙ୍କ ଶବ ଦାହ କରି ସମାଜ ପାଇଁ ସେ ଉଦାହରଣ ପାଲଟିଛନ୍ତି ।