No Result
View All Result
୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏବିଇଓ ବଳରାମ ବେହେରା, ବଂଶୀଧର ସାହୁ, ପ୍ରଭାକର ତ୍ରିପାଠୀ, ନୂଆସାହି ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକା ବତୀ ସାହାଣୀ ଙ୍କ ସମେତ ବାଲିଗୁଡ଼ା ବ୍ଲକ୍ ର ସମସ୍ତ ସିଆରସିସି ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ଥିଲେ l

ଏହି ପ୍ରତିଯୋଗିତା ରେ ବାଲିଗୁଡା ବ୍ଲକ ର ୧୬ ଟି କ୍ଲଷ୍ଟର ରୁ ବିଭିନ୍ନ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ବହୁ ବରିଷ୍ଠ ଓ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବରେ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ନିର୍ବାଚିତ କରିଥିଲେ। ସନ୍ଧ୍ୟା କାଳୀନ ଉଦଯାପନୀ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଏନଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,

ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ଥାନା ସବ ଇନ୍ସପେକ୍ଟର ଶ୍ରୀମତୀ ସସ୍ମିତା ପ୍ରଧାନ, ସମ୍ମାନିତ ଅତିଥି ଭାବରେ ବଳରାମ ବେହେରା, ବଂଶୀଧର ସାହୁ, ଶ୍ରୀମତୀ ରେଣୁକା ବତୀ ସାହାଣୀ, ବିଦ୍ୟାଳୟ ର ସଭାପତି ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତା ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିଶିରକାନ୍ତ ଦାସ, ଦୟାନିଧି ମହାରଣା, ଅମରେନ୍ଦ୍ର ପ୍ରଧାନ, ଅମୂଲ୍ୟ କୁମାର ନାୟକ, ଗୌରୀଶଙ୍କର ପାଢ଼ୀ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସୂଚାରୁରୂପେ ପରିଚାଳନା କରିବାରେ ସହାୟତା କରିଥିଲେ ।


No Result
View All Result