No Result
View All Result

୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କମିଶନରେଟ ପୋଲିସ କଟକ ପକ୍ଷରୁ ଆଜି ଅପରପକ୍ଷରେ , କଟକର ଇଣ୍ଡୋର ଷ୍ଟାଡିୟମରେ ଡିସିପି ପିନାକ ମିଶ୍ରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, କଟକ ହେଉଛି ଭାଇଚାରାର ସହର । କଟକ ସହରକୁ ଦଶହରା ପୂଜା ଏବଂ ଭଷାଣୀ ଦେଖିବା ପାଇଁ ରାଜ୍ୟର, ବିଭିନ୍ନ ସ୍ଥାନରୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଆସିଥାନ୍ତି ।

ଟ୍ରାଫିକ ନିୟନ୍ତ୍ରଣ, ପୂଜା ଶେଷ ହେବା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ , ଦଶହରା ପୂଜାରେ ଡିୟୁଟି କରୁଥିବା ପୋଲିସ କର୍ମଚାରୀ ମାନେ ଲୋକମାନଙ୍କ ସହିତ ଉତ୍ତମ ବ୍ୟବହାର କରିବାର ପାଇଁ ପରାମର୍ଶ ଦେଇଥିଲେ । ପୂଜା କୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କ ସହଯୋଗ ଲୋଡିଥିଲେ ସିପି ।

ଏହି ବୈଠକରେ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର, ଅତିରିକ୍ତ ଡିସିପି ଏସ କେ ସରିଫ ଉଦ୍ଦିନ୍, ଅତିରିକ୍ତ ଟ୍ରାଫିକ ଡିସିପି ଦେବଦତ୍ତ କର। ଏଥିରେ ସମସ୍ତ ଯୋନର ଏସିପି , ସମସ୍ତ ଥାନର ଆଇଆଇସି , ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

୨୦ ତାରିଖ ଅପରାହ୍ନ ୩ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଏକ ତରଫା ଗାଡ଼ି ଚଳାଚଳ କୁ ଗୁରୁତ୍ୱ ଦିଆଯାଇଛି । ଏହା ୨୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ରାତି ୧୨ ପର୍ଯ୍ୟନ୍ତ ସାସ୍ମୃତିକ କାର୍ଯ୍ୟକ୍ରମ କରାଯିବ । ଭଷାଣୀରେ ଡେଜେକୁ ବାରଣ କରାଯାଇଛି ।


No Result
View All Result