୧୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ଟ୍ରାଫିକ୍ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା ଆନ୍ତଃ ମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗୀତା “ଡ୍ରାମା” ଆୟୋଜନ କରାଯାଇଛି । ଏହି ପ୍ରତିଯୋଗିତାରେ ଇଷ୍ଟକୋଷ୍ଟ ରେଲୱେର ୱାଲଟିୟର,

ଖୋର୍ଦ୍ଧାରୋଡ଼ ଓ ସମ୍ବଲପୁର ରେଳ ମଣ୍ଡଳ ଏବଂ ମଞ୍ଚେଶ୍ୱର ୱାର୍କସପ୍ ର ସାଂସ୍କୃତିକ ଡ୍ରାମା ଦଳ ଅଂଶଗ୍ରହଣ କରିଛନ୍ତି । ଖୋର୍ଦ୍ଧାରୋଡ଼ ମଣ୍ଡଳ ଏହି ପ୍ରତିଯୋଗୀତାରେ ଚାମ୍ପିଅନ ଟ୍ରଫି ହାସିଲ କରିଛି । ଏହି ଉତ୍ସବରେ ଯୋଗଦାନ କରି, ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ଏବଂ ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍ ମହିଳା କଲ୍ୟାଣ ସଂଗଠନର (ଇକ୍ରୋ) ସଭାନେତ୍ରୀ,
ଶ୍ରୀ କଲ୍ୟାଣ ପଟ୍ଟନାୟକ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଏବଂ ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ,ଖୋର୍ଦ୍ଧା ରୋଡ଼ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା) ଙ୍କ ଉପସ୍ଥିତିରେ, ସମ୍ପୃକ୍ତ ଡ୍ରାମା ଦଳକୁ ଚାମ୍ପିୟନ ଟ୍ରଫି ଏବଂ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଛନ୍ତି।

ଏହି ଆନ୍ତଃ ମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗୀତା ରେ ୱାଲଟିୟର ମଣ୍ଡଳ ଦ୍ୱିତୀୟ ସ୍ଥାନ ଏବଂ ମଞ୍ଚେଶ୍ୱର ୱାର୍କସପ୍ ତୃତୀୟ ସ୍ଥାନ ହାସିଲ କରିଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଶାଖା ଅଧିକାରୀ,ମହିଳା କଲ୍ୟାଣ ସଙ୍ଗଠନର ସଦସ୍ୟ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଶ୍ରୀ ଅର୍ ଏନ ଏ ପରିଡ଼ା ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଏହି କର୍ୟୋକ୍ରମ କୁ ସଂଯୋଜନା କରିଥିଲେI ପୂର୍ବରୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ଵାରା ନୃତ୍ୟ, ଡ୍ରାମା ଏବଂ ସଙ୍ଗୀତ ପାଇଁ ମଣ୍ଡଳ ସ୍ତରରେ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରଯାଇଥିଲା, ଯେଉଁଥିରେ ମଣ୍ଡଳର କର୍ମଚାରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।

















