୧୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ୫ଟି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ଉକ୍ତ ସମୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ୫ଟି ବିଦ୍ୟାଳୟ କାର୍ଯ୍ୟ ବାହାଡ଼ଝୋଲା +୨ ଓ +୩ ଦଧିବାମନ ଜୀଉ ମହାବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟ,
କାପ୍ତାପଲ୍ଲୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଜାକେଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶିମିଳିସାହି, ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ସମସ୍ତ ୫ଟି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଦେଖିବା ସହ କାର୍ଯ୍ୟତଦାରଖ କରିଥିଲେ । ଏହା ସହିତ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ କାର୍ଯ୍ୟ ତଦାରଖ କରିଥିଲେ ।
ସମସ୍ତ ୫ଟି ବିଦ୍ୟାଳୟ ଗୁଡ଼ିକ ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ସମେତ କନିଷ୍ଠ ଯନ୍ତ୍ରୀ ନେତ୍ରାନନ୍ଦ ମିଶ୍ର, ଉମେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ସମସ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି।