ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ଜଳେଶ୍ୱର :- ଜଳେଶ୍ୱର ପୁଣି ଲଜ୍ୟା ବାପା ଭୁଲି ଗଲା ନିଜର ହିତାହିତ ଜ୍ଞାନ, ଭୁଲି ଗଲା ସମ୍ପର୍କ,ବୁଝିଲାଣି ସମ୍ପର୍କର ମାନେ । କାମନା ଲୋଭରେ ସାଜିଲା ସୈତାନି କାମୁକ ରାକ୍ଷାସ । ଆଉ ବାପ ଝିଅର ପବିତ୍ର ସମ୍ପର୍କରେ ଲଗେଇଲା କଳଙ୍କର ଛିଟା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳରେ ।
ଏଠାରେ ସୂଚନା ଥାଉକି ଜଣେ ୧୦ ବର୍ଷ ନାବାଳିକା ଝିଅକୁ ନିଜର ବାପା ଦୁଷ୍କର୍ମ କରିଛି । ନାବାଳିକା ଝିଅ ଜଣଙ୍କ ଘରେ ଏକା ଥିବା ସମୟରେ ବାପା ଝିଅ କୁ ଦୁଷ୍କର୍ମ କରିଛି ବୋଲି ମାଆ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାଆଙ୍କ ଅଭିଯୋଗ କୁ ଭିତ୍ତି କରି ଜଳେଶ୍ବର ପୋଲିସ କେସ୍ ନମ୍ବର -୨୩୭/୨୦୨୦ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି,ବାପା କୁ ଗିରଫ କରିଛି । ଅନ୍ୟ ପଟେ ଜଳେଶ୍ବର ଭଳି ଶିକ୍ଷିତ ,ସଭ୍ୟ ସମାଜରେ ଏଭଳି ଘଟଣାକୁ ସହଜରେ କେହି ବିଶ୍ୱାସ କରିପାରୁ ନାହାନ୍ତି । (ଦୀପ୍ତିମାନ୍ ପତି /ବାଲେଶ୍ୱର)