No Result
View All Result
୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ମଧ୍ୟାନ ଭୋଜନ ରେ କାର୍ଯ୍ୟରତ ପାଚକ ପାଚିକା ନୟାଗଡ଼ ବ୍ଲକ ର 12ନଂ ଜିଲ୍ଲା ପରିଷଦ ଜୋନ ରେ ବନ ବରାଡ଼ ଙ୍କ ସଭାପତିତ୍ଵ ରେ ବୈଠକ ଅନୁଷ୍ଠିତ ହୋଇଥିଲା. ବୈଠକ ରେ ବିଜୁଶ୍ରମିକ ସାମୁଖ୍ୟ ରାଜ୍ୟ ସାହସମ୍ପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ 12ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କଅଁର ଏବଂ ବାଲୁଗାଁ ପଂଚାୟତ ର ମନୋଜ କୁମାର ନାୟକ ଯୋଗଦେଇ ବକ୍ତ୍ୟବ ମାଧ୍ୟମରେ କହିଥିଲେ

ମା ମାନଙ୍କୁ ସଂମାନ ଦେବା ପରିପ୍ରେକ୍ଷୀରେ ପାଚକ ପାଚିକା ମାନଙ୍କ ଦାବିକୁ ଗ୍ରହଣ କରି ସେମାନଂକୁ ଶାଢ଼ୀ ପାଇଁ 500ଟଙ୍କା ଅକୁଣ୍ଟ ଛାଡିବା ସହ ପାରିଶ୍ରମିକ ବୃଦ୍ଧି ନବୀନ ସରକାର ନିଷ୍ପତି ନେଇଥିବାଯୋଗୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ଜିଲ୍ଲାରେ ପାଚକ ପାଚିକା ମାନଙ୍କ ସମସ୍ୟା ସମାଧାନ ପାଇଁ ସଠିକ ସମୟରେ ସଠିକ ପଦକ୍ଷପ ନେବାଯୋଗୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କୁ ବୈଠକରେ ଧନ୍ୟବାଦ ଦିଆଯାଇଥିଲା.

ମଧ୍ୟାନ ଭୋଜନ କେନ୍ଦ୍ରୀୟ ଯୋଜନା ହୋଇଥିଲେ ମଧ୍ୟ କେନ୍ଦ୍ରସରକାର କେନ୍ଦ୍ରୀୟ ଯୋଜନାର ଅର୍ଥ କାଟ କରିବାଯୋଗୁ ପାଚକ ପାଚିକା ମାନଙ୍କ ପାରିଶ୍ରମିକ ବୃଦ୍ଧି ରେ ସମସ୍ୟା ସୃଷ୍ଟି ହୋଉଛିବୋଲି ବକ୍ତାମାନେ ବକ୍ତ୍ୟବ ରଖିଥିଲେ. ଉକ୍ତ ବୈଠକ 12ନଂ ଜୋନ ଅନ୍ତର୍ଗତ ବାଲୁଗାଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ବୈଠକ ଅନୁଷ୍ଠିତ ହୋଇଥିଲା. ଉକ୍ତ ବୈଠକ ରେ 12ନଂ ଜୋନ ଅନ୍ତର୍ଗତ ସମସ୍ତ ପଂଚାୟତ ର ପଚକ ପାଚିକା ମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ.

No Result
View All Result