୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ଥାନା ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟ କ୍ରମ ଏବଂ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚର ସଭାପତି କୈଳାଶ ସୁର ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କଟକ ଏସପି ମିହିର କୁମାର ପଣ୍ଡା ମୁଖ୍ୟ ଅତିଥି ବିଡ଼ିଓ ଉଲ୍ଲାସ ଚନ୍ଦ୍ର ସେଠୀ, SDPO ରଶ୍ମି ରଞ୍ଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ସାଇବର ଅପରାଧୀ କୁ କିପରି ରୋକା ଯାଇ ପାରିବ ସମସ୍ତ ଜନସାଧାରଣ ସଚେତନ ହେବା ଉଚିତ୍ ।

ଆଗରୁ ପୋଲିସ କୁ ଲୋକେ ଭୟ କରୁଥିଲେ ଏବେ ପୋଲିସ ଜନସାଧାରଣ ଙ୍କ ସେବା ଲାଗି ନିକଟତର ହେବାରେ ଲାଗିଛି ବରିଷ୍ଟ ନାଗରିକ ଙ୍କ ପାଖରେ ଯେଉ ଜ୍ଞାନ ରହିଛି ତାହାକୁ ସାଇବର ଅପରାଧ ରୋକିବା ର ସଚେତନ ର ସହାୟତା ରେ ଲଗାଇପରିବେ ବୋଲି ଏସପି ଶ୍ରୀ ପଣ୍ଡା କହିଥିଲେ ଆମ ପୋଲିସ କାର୍ଯ୍ୟକ୍ରମ କୁ ସମାଜ ସେବୀ କେଦାରନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଟ ନାଗରିକ ମଞ୍ଚ ର ସମ୍ପାଦକ ଅଶୋକ କୁମାର ରାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

ସାଇବର ରୋକିବା ଦିଗରେ ଏସପି ଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ , ସାମ୍ବାଦିକ, ବୁଦ୍ଧିଯିବି, ବହୁ ରାଜନୈତିକ ବ୍ୟକ୍ତି ଏବଂ ସବୁ ସ୍ତରର ଲୋକ ମାନଙ୍କୁ ନେଇ ଥାନା ଠାରୁ ଏକ ଶୋଭା ଯାତ୍ରା ରେ ବାହାରି ନିଆଳି ବସ ଷ୍ଟାଣ୍ଡ ଠାରେ ପହଞ୍ଚି ଥିଲେ । ସେଠାରେ ସାଇବର ଅପରାଧ ର ସଚେତନତା ଲାଗି ଏକ ପଥପ୍ରାନ୍ତ ନାଟକ କରାଯାଇଥିଲା ।














