• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମାହାଙ୍ଗା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ବଧୁ ହତ୍ୟା ଅଭିଯୋଗ

Proprietor Abhimanyu Maharana by Proprietor Abhimanyu Maharana
October 18, 2023
in ଅପରାଧ, ଓଡ଼ିଶା, କଟକ, ହୋମ୍
0
ମାହାଙ୍ଗା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ବଧୁ ହତ୍ୟା ଅଭିଯୋଗ
Share on FacebookShare on TwitterWhatsapp

୧୮ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ମାତ୍ର ଦେଢ଼ ବର୍ଷ ନପୁରୁଣୁ ସ୍ତ୍ରୀ ଙ୍କୁ ମାରି ଡିଜେଲ ଢାଳି ପୋଡ଼ି ଜାଳି ଦେଲା ନୃଶଂସ ସ୍ବାମୀ । ଏଭଳି ହୃଦୟ ବିଦାରକ ଓ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଭଦ୍ରେଶ୍ୱର ଥାନା ଅଂଚଳରେ l ନିଶାସକ୍ତ ସ୍ୱାମୀ ସାଜିଲା ହତ୍ୟାକାରୀ । ଅଗ୍ନିକୁ ସାକ୍ଷୀରଖି ଯାହାକୁ ସାତ ଜନ୍ମପାଇଁ ନିଜର କରିବାକୁ କଥା ଦେଇଥିଲା, ସେହି ନୀରିହା ଝିଅଟିକୁ ବିବାହର ମାତ୍ର ଦେଢ଼ ବର୍ଷ ନପୂରୁଣୁ ହତ୍ୟା କରିଛି ରକ୍ତମୁଖା ସ୍ୱାମୀ l

ଏଭଳି ଅଭାବନୀୟ ଓ ଲୋମ ଟାଙ୍କୁରା ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ବର ଥାନା କୁରୁଜଙ୍ଗା ପଂଚାୟତର ଢିଅମାଳ ଗ୍ରାମରେ । ଏହି ଗାଁ’ର ତ୍ରିଲୋଚନ ଦାସଙ୍କ ଏକମାତ୍ର ପୁଅ ଦେବୀପ୍ରସାଦ ଦାସ ଓରଫ୍ ଦିପୁ ମଞ୍ଚେଶ୍ବର ଥାନା କଳାରାହଙ୍ଗ ଗାଁ’ର ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ଏକମାତ୍ର ଝିଅ ସୋନାଲି ବେହେରା ଓରଫ ମିକିଙ୍କୁ ଗତ ୨୦୨୨ ମସିହା ମେ ମାସ ୧୩ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲା । ବିବାହର ମାତ୍ର ୪ /୫ ମାସ ପର୍ଯ୍ୟନ୍ତ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା।

ହେଲେ ହଠାତ ବଦଳି ଗଲା ସ୍ୱାମୀର ଆଚରଣ l ସ୍ତ୍ରୀ ମିକି ଉପରେ ଆରମ୍ଭ ହେଲା ଶାରୀରିକ ଓ ମାନସିକ ଅତ୍ୟାଚାର। ଅତ୍ୟାଚାର କରୁଥିଲା ସ୍ବାମୀ ଦିପୁ। ଦୀପୁକୁ ସମର୍ଥନ ଦେଉଥିଲେ ପରିବାର ଲୋକେ l ଦିପୁ ଚାକିରିରୁ ଶନିବାର କିମ୍ବା ରବିବାର ଘରକୁ ଆସିଲେ ସ୍ତ୍ରୀ ମିକି ଉପରେ ଆରମ୍ଭ ହୋଇଯାଏ ଜୁଲମ l ମଦ୍ୟପ ସାଙ୍ଗ ମାନଙ୍କ ସହିତ ଅସାମାଜିକ କାର୍ଯ୍ୟରେ ଲିପ୍ତ ଦୀପୁ ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ଗୋରୁଗାଈ ଭଳି ମାଡ଼ ମାରନ୍ତି ବୋଲି ଥାନା ରେ ଅଭିଯୋଗ କରିଛନ୍ତି ମୃତ ସୋନାଲିର ବାପା ପୂର୍ଣ୍ଣଚନ୍ଦ୍ର ।

ଏହି କିଛି ଦିନ ପୂର୍ବରୁ ସ୍ତ୍ରୀ ସୋନାଲି ଏବଂ ସ୍ବାମୀ ଦେବୀପ୍ରସାଦ ଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି କାରଣରୁ ମତାନ୍ତର ହୋଇଥିଲା ବେଳେ, ସୋନାଲି ନିରୁପାୟ ହୋଇ ଶାଶୁଘର ଛାଡି ପଳାଇ ଯାଇଥିଲା l ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଭଦ୍ରେଶ୍ବର ଥାନା ପୋଲିସ ର ହସ୍ତକ୍ଷେପ ଫଳରେ ଉଭୟ ପରିବାର ମଧ୍ୟରେ ଏକ ଆପୋଷ ସମାଧାନ ପରେ,ନିଜ ଶାଶୁଘର ଢିଅମାଳକୁ ଫେରିଥିଲେ ସୋନାଲି। ତେବେ ନୃଶଂସ ସ୍ୱାମୀ ଭିତରେ କୌଣସି ପରିବର୍ତ୍ତନ ଆସିନଥିଲା l ପୁଣି ଆରମ୍ଭ ହେଲା ମାନସିକ ଓ ଶାରୀରିକ ନିର୍ଯାତନା l ମାଡ ଗାଳି ସାଙ୍ଗକୁ ଜୀବନରୁ ମାରିଦେବାକୁ ଷଢଯନ୍ତ୍ର l

ଜଲ୍ହାଦ ସ୍ୱାମୀ ସାଜିଲା ସ୍ତ୍ରୀ ର ହତ୍ୟାକାରୀ l ଡିଜେଲ ଢାଳି ପୋଡି ଦେଲା ସୋନାଲିକୁ l ହୁତ ହୁତ ହୋଇ ଜଳିଗଲା ଗୋଟେ ନବ ବଧୂ l ସବୁଦିନ ପାଇଁ ଆଖି ବୁଜିଦେଲା ବିଚାରୀ ନୀରିହା ଝିଅଟିଏ l ଅନ୍ୟ ପକ୍ଷରେ ସୋନାଲିର ଶାଶୁ ଏହି ଘଟଣାକୁ ଆତ୍ମହତ୍ୟା ବୋଲି କହୁଥିଲା ବେଳେ ତାଙ୍କ ଘରର ପୁରୁଷ ଲୋକମାନେ କାହିଁକି ଫେରାର ଅଛନ୍ତି ସେ ନେଇ ମୁହଁ ଖୋଲୁ ନାହାନ୍ତି l
ଅଭିଯୋଗ ଆଧାରରେ ମୃତ ମହିଳାଙ୍କ ଶବ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ଭଦ୍ରେଶ୍ୱର ଥାନା ପୋଲିସ l ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୃତକର ପରିବାର ପକ୍ଷରୁ ଦାବୀ ହୋଇଛି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅଶୋକ ନଗର ଉଠାଦୋକାନୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମାନବିକ ଅଧିକାର କମିଶନଙ୍କୁ ଦାବିପତ୍ର ପ୍ରଦାନ

ଅଶୋକ ନଗର ଉଠାଦୋକାନୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମାନବିକ ଅଧିକାର କମିଶନଙ୍କୁ ଦାବିପତ୍ର ପ୍ରଦାନ

May 8, 2026
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅଶୋକ ନଗର ଉଠାଦୋକାନୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମାନବିକ ଅଧିକାର କମିଶନଙ୍କୁ ଦାବିପତ୍ର ପ୍ରଦାନ

ଅଶୋକ ନଗର ଉଠାଦୋକାନୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମାନବିକ ଅଧିକାର କମିଶନଙ୍କୁ ଦାବିପତ୍ର ପ୍ରଦାନ

May 8, 2026
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version