ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ଭୁବନେଶ୍ୱର :- ଓଡ଼ିଶା ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ଶନିବାର ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ୍ ରହୁଥିବାରୁ ସୋମବାର ଦିନ ବିଧାନସଭାକୁ ଖୋଲାଯିବ କି ନା ସେଥିନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।