No Result
View All Result
୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଭାରତ ତିଦ୍ଦତ ସୀମା ପୋଲିସ ବଲ୍ ୪୧ଦ୍ଵାରା “ମୋ ମାଟି ମୋ ଦେଶ’ ଅଭିଯାନ ଆନୁକୁଲ୍ୟରେ ଦେଶବ୍ୟାପି ପ୍ରତେକ ଗ୍ରାମରୁ ମାଟି ସଂଗ୍ରହ କରିବା ସହିତ ମାଟିକୁ ଦିଲ୍ଲୀ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ଶୁକ୍ରବାର ଏହି କାର୍ଯ୍ୟକ୍ରମ ଜଟଣୀରେ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ନେହେରୁ ଯୁବକେନ୍ଦ୍ର”ର ସଦସ୍ୟ ମାନେ ଭାଗ ନେଇଥିଲେ । ୪୧ବାହିନୀ ସେନାନୀ ଙ୍କ ନିର୍ଦ୍ଦେଶାନୁସାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂଗୃହୀତ ମାଟିକୁ ଦିଲ୍ଲୀ ପହଞ୍ଚାଇବା ଉଦ୍ଦେଶ୍ୟରେ
ଜଟଣୀ ବିଡ଼ିଓ ସରୋଜ ରାଉତଙ୍କୁ ୪୧ବାହିନୀର ପଦାଧିକାରୀ ଙ୍କ ଦ୍ଵାରା ସଂଗୃହୀତ ମାଟିକୁ ହସ୍ତାନ୍ତର କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ପଦାଧିକାରୀ, କର୍ମଚାରୀ, ଗ୍ରାମବାସୀ ଓ ୪୧ବାହିନୀର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
No Result
View All Result