୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ/ଏନଏନଏସ :-> ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ନାଚୁଣୀ କଉଡିଖଣି ଛକ ନିକଟରେ ଆଜି ଭୋର ସମୟରେ ଏକ ଅଘଟଣ ଘଟିଯାଇଛି l ଏକ ଦିଆସିଲ ବୋଝେଇ ହୋଇ ଯାଉଥିବା ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଥିଲା । ସୂଚନା ଅନୁଯାଇ ତାମିଲନାଡୁ ରୁ ଜସ୍ମନପୁର ଟାଟା ଅଭିମୁଖେ ଯାଉଥିବା ଏକ ମାଲବାହି ଟ୍ରକରେ ୧୬ ନମ୍ବର ଜାତୀୟ ରାଜପଥ କଉଡିଖଣି ଛକ ନିକଟରେ ହଠାତ୍ ଚଳନ୍ତା ଟ୍ରକରେ କୈାଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା ।
କିନ୍ତୁ ଡ୍ରାଇଭର ତାହା ଜାଣିପାରି ନଥିଲେ ! ନାଚୁଣୀ ଆଉଟ ପୋଷ୍ଟ ନିକଟରେ ଗାଡ଼ିଟି ହତୁ ହୁତୁ ହୋଇ ଯେତେବେଳେ ନିଆଁ ବାହାରିଥିଲା ସେତେବେଳେ ଗାଡ଼ି ଡ୍ରାଇଭର ଜାଣି ପାରିଥିଲେ ଯେ , ଗାଡ଼ି ରୁ ନିଆଁ ବାହାରୁଛି । ସଙ୍ଗେ ସଙ୍ଗେ ଡ୍ରାଇଭର ଛକର ରାସ୍ତା ପାର୍ଶ୍ବରେ ଗାଡ଼ିଟି ରଖିଦେଇ ଗାଡ଼ିରୁ ଡ୍ରାଇଭର ଓ ହେଲପର ଡେଇଁ ପଡି ନିଜର ଜୀବନ ବଞ୍ଚାଇ ଥିଲେ l ଗାଡ଼ିଟିର ଆଗ ପଟ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇ ନଷ୍ଟ ହୋଇ ଯାଇ ଥିବାର ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।