ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ମାହାଙ୍ଗା କଟକ ଜିଲ୍ଲା :- ମାହାଙ୍ଗା କଟକ ଜିଲ୍ଲା ମାହାଙ୍ଗା ଥାନା ନହଙ୍ଗ ଗ୍ରାମ ରେ ବୁଲା କୁକୁର ଓ ବିଲୁଆ କୁ ବିଷ ଦେଇ ହତ୍ୟା କରିବା ଘଟଣା ହଟଚମଟ ସୃଷ୍ଟି କରିଥିବାବେଳେ ଏବେ ମୁସଲିମ ବସ୍ତି ନିକଟ ଏକ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଗାଇ ଗୋରୁ ବାଛୁରୀ ଓ ବୁଲା ଷଣ୍ଢ ଗୁଡିକୁ କାଟି ସେମାନଙ୍କ ମାଂସକୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଘଟଣା ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି,
ଖବର ପାଇ ଗତ କାଲି ରାତି ୯ ଟାରେ ମାହାଙ୍ଗା ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଫୋର୍ସ ସହ ପହଂଚି ଚଢ଼ାଉ କରି କଟା ଯାଇଥିବା ଷଣ୍ଢ ଓ ବାଛୁରୀ ମାଂସକୁ ଜବତ କରିବା ସହ ସେଗୁଡିକୁ ଉକ୍ତ ସ୍ଥାନରେ ଗାତ ଖୋଳି ଫିନାଇଲ ଲୁଣ କିରୋସିନ ପକାଇ ପୋତି ନଷ୍ଟ କରିଛନ୍ତି, ରାତି ଅଧରେ କିଛି ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କିଛି ଅସାମାଜିକ ଯୁବକ ସେମାନଙ୍କୁ ଦେଖି ସେଠାରେ ଗାଡ଼ିଧରି ଚକର କାଟିଥିଲେ, ପୋଲିସ ଚଢ଼ାଉ ବେଳେ ଗୋରୁ ମାଂସ ବେପାରୀ ଵାଲା ମିଆଁ ଓ ତାଙ୍କ ସହଯୋଗୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି,
ଦୀର୍ଘ ଦିନ ହେବ ଏହି ଅଂଚଳରେ ବିଭିନ୍ନ ସ୍ଥାନରୁ ଗାଇ ଗୋରୁ ଷଣ୍ଢ ବାଛୁରୀ ଚୋରିକରି ଆଣି ଏଠାରେ କାଟି ତା ମାଂସକୁ ବାହାରକୁ ଚାଲାଣ କରାଯାଇଥିଲା ବୋଲି ସ୍ଥାନୀୟ ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଅଂଚଳରୁ ବାରମ୍ବାର ଲୋକଙ୍କର ଗାଇ ଗୋରୁ ଛେଳି ବାଛୁରୀ ଚୋରି ହେଉଥିବା ଥାନାରେ ଅଭିଯୋଗ ହେଇ ଆସୁଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି, ତୁରନ୍ତ ଷେଣ୍ଢ କାଟିଥିବା ଦୁର୍ବୁତ୍ତଙ୍କୁ ଧରା ନଗଲେ ସ୍ଥାନୀୟ ଗ୍ରାମବାସୀ ମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି, (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)