୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ଥାନା ,ମା ମଣିନାଗ ଦୁର୍ଗା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ଦେବୀଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକର୍ମ ରେ ସରଣପୁର S.D.O.P ସୁଧାକର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ +୨ ଏବଂ+୩ ଛାତ୍ରୀ ମାନଙ୍କୁ ସାଇବର ଠକାମିରୁ କିପରି ନିଜକୁ ସୁରକ୍ଷିତ କରି ପାରିବେ ସେ ସମ୍ପର୍କରେ ବିଶଦ ଭାବରେ ବର୍ଣ୍ଣନା କରି ସଚେତନତା ସୃଷ୍ଟି କରିଥିଲେ । ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ,

ନଗର ପଳିକାର ସଭାପତି ଲିଙ୍ଗରାଜ ନାୟକ,ସଂସ୍କୃତ ଅଧ୍ୟାପିକା ଶ୍ରୀମତୀ ନିଳୀମା କୁମାରୀ ନନ୍ଦ ଯୋଗଦେଇ ସାଇବର ସୁରକ୍ଷା ସଚେତନ ଦିଗରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । +୩ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୁ ପ୍ରସାଦ ମଲୀକ ,ମଞ୍ଚ ପରିଚାଳନା କରିବା ସହିତ ସାଇବର ସଚେତନତା ଉପରେ ଏକ କବିତା ଆବୃତ୍ତି କରିଥିଲେ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶତାଧିକ ଛାତ୍ରୀ ଯୋଗ ଦେବା ସହିତ ସ୍ବାଗତ ସଙ୍ଗୀତ ଆବୃତ୍ତି କରିଥିଲେ ।

ତାସହିତ ସାଇବର ସଚେତନ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହିତ ସଚେତନତା ଏବଂ ସୁରକ୍ଷା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ସାଇବର ସୁରକ୍ଷା ସଚେତନତା ରଥ ବିଦ୍ୟାଳୟର ଦ୍ଵାର ଦେଶରେ ପହଞ୍ଚିବା ମାତ୍ରେ ଛାତ୍ରୀ ମାନେ ଚନ୍ଦନ ,ସିନ୍ଦୂର ,ଫୁଲ, ଦ୍ଵୀପ,ଧୂପ ରେ ବନ୍ଦାପନା କରି ହୁଳହୁଳି ସହିତ ଭିତରକୁ ପାଛୋଟି ଆଣିଥିଲେ । ସରକାରଙ୍କ ତରଫରୁ ସାଇବର ସୁରକ୍ଷା ସଚେତନ ଉପରେ ଏକ କ୍ଷିଦ୍ର ନାଟକ ପରିବେଷିତ କରାଯାଇଥିଲା । ସାଇବର ସୁରକ୍ଷା ମାସ୍କଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା .
















