-
ଦେଶ ସେବା ନିମନ୍ତେ ନିଃସ୍ଵାର୍ଥପର ଭାବ ନେଇ ସ୍ଵତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ଆହ୍ବାନ
୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :- ମାତ୍ର ୧୨ ବର୍ଷ ବୟସ ରେ ଦେଶ ମାତୃକାର ରକ୍ଷା ନିମନ୍ତେ ପ୍ରାଣବଳି ଦେଇ ମହାନ୍ ଦେଶ ଭକ୍ତ ତଥା ବିଶ୍ବର ସର୍ବ କନିଷ୍ଠ ସହିଦ ଭାବରେ ସବୁ ଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୀର ବାଜି ରାଉତ । ସହିଦ ଙ୍କ ତ୍ୟାଗପୂତ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜ କୁ ଆହ୍ବାନ ଦେଇଥିଲେ। ବାଜି ରାଉତ ଙ୍କ ତ୍ୟାଗର ନିଦର୍ଶନ ସ୍ବରୂପ ନିଳକଣ୍ଠପୁର ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ ଅଧିକ ଧ୍ୟାନ ଦିଆଯାଉଛି
ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଭୁବନ ବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ନିଳକଣ୍ଠପୁର ଗ୍ରାମରେ ବାଜି ରାଉତ ସ୍ମୃତି ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶ୍ରାଦ୍ଧୋତ୍ସବରେ ସାଂସଦ ମହେଶ ସାହୁ ଉଦଘାଟକ ଭାବେ ଯୋଗ ଦେଇ ଦେଶ ସେବା ନିମନ୍ତେ ନିଃସ୍ଵାର୍ଥପର ଭାବ ନେଇ ସ୍ଵତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ( ସାଧାରଣ), ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଏନ୍ ଏ ସି ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାମାକ୍ଷା ନଗର ଏନ୍ ଏ ସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା,ମହୁଲପାଳ ( କଣପାଳ) ସରପଞ୍ଚ ଶ୍ରୀମତୀ ଲିପସା ରାଉତ ଯୋଗଦେଇ