୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୪୨ ନମ୍ବର ୱ।ର୍ଡ଼ର ଚାଉଳିଆଗଞ ଥଟ୍ଟାରୀ ସାହି ନିକଟରେ ଥିବା ,ଚାଉଳିଆଗଞ ବାଳିକା ଉଚ୍ଚ ବିଦ୍ୟାଳୟର ପୁନର ଉଦ୍ଧାର କାର୍ଯ୍ୟ ପାଇଁ , ବୁଧବାର ଅପରାହ୍ନରେ କଟକ – ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ ଭିତ୍ତିପ୍ରସ୍ତର କରିଥିଲେ । ଏନେଇ ୫ଟି ପକ୍ଷରୁ ୩୭ ଲକ୍ଷ ଏବଂ ସିଏମସିର ମୁକ୍ତା ଯୋଜନାରେ ଶୌଚାଳୟ,
ରାସ୍ତ କାର୍ଯ୍ୟ ପାଇଁ ୧୩ ଟଙ୍କା ବ୍ୟୟ କରାଯିବ । ଏହି ବିଦ୍ୟାଳୟରେ ଏସି ଏଷ୍ଟି ଏବଂ ସାଧାରଣ ବର୍ଗର ଶତାଧିକ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ୧୯୯୫ ମସିହାରେ ପୂର୍ବତନ ମହିଳା ଶିଶୁ ବିକାଶ ମନ୍ତ୍ରୀ ବିଜଲକ୍ଷ୍ମୀ ସିହୁ ଉକ୍ତ ବାଳିକା ବିଦ୍ୟାଳୟଟିକୁ ନିର୍ମାଣ କରିଥିଲେ । ଏହି ବାଳିକା ବିଦ୍ୟାଳୟରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବହୁ ଏସି ,ଏଷ୍ଟି ଏବଂ ସାଧାରଣ ବର୍ଗର ଛାତ୍ରୀ ଅଧ୍ୟୟନ କରି ଉତ୍ତିର୍ଣ୍ଣ ହୋଇଛନ୍ତ ।
ସେମାନଙ୍କ ମଧ୍ୟରୁ ଅନେକ ଏସି, ଏଷ୍ଟି ଛାତ୍ରୀ ସରକାରୀ ଚାକିରୀ କରିବା ସୁଯୋଗ ପାଇ ପାରିଛନ୍ତି । ଦୀର୍ଘ ୨୮ ବର୍ଷ ପରେ ଏହି ବାଳିକା ବିଦ୍ୟାଳୟର ଶ୍ରେଣୀ ଗୃହ ଏବଂ ଛାତ୍ରୀ ମାନଙ୍କ ଶୌଚାଳୟ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ଅଧ୍ୟୟନରତ ଛାତ୍ରୀ, ଶିକ୍ଷୟତ୍ରୀଏ ବଂ ପ୍ରତିଷ୍ଠାତା ସଭାପତିଙ୍କ ମନରେ ଖୁସି ଆଣି ଦେଇଛି ।