୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ଜଟଣୀ(ଓଡ଼ିଶା ତାଜା ନିୟୂଜ)୧୧/୧୦:- ଗାନ୍ଧିଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜୁଜନତା ଦଳର ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ବୁଧବାର ଜଟଣୀ ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଗାନ୍ଧୀ ପାର୍କ ଠାରେ ସମାପ୍ତ ହୋଇଛି l ଏହି ଯାତ୍ରାରେ ଖୋର୍ଦ୍ଧା ଜ଼ିଲ୍ଲା ବିଜେଡ଼ି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ଯୋଗଦେଇ ପଦଯାତ୍ରା ଶୁଭାରମ୍ଭ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ବନ୍ଧରେ ଆଲୋକପାତ କରିଥିଲେ l

ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଉପସଭାପତି ସୁଦର୍ଶନ ସୁନ୍ଦରାୟ,ଜିଲ୍ଲା ସମ୍ପାଦକ ସନ୍ତୋଷ ହୋତା, ଅନନ୍ତ ଶତପଥୀ , ନଗରପାଳ ଅନନ୍ତ ବେହେରା,ସୁଶାନ୍ତ ରାଉତ,କୈଳାସ ମହାପାତ୍ର,ନମିତା ପାଲ ଏବଂ କାଉନସିଲର ତଥା ଆଇନଜୀବୀ ଶଶାଙ୍କ ଶେଖର ରାୟ, ଜଟାଧାରୀ ପ୍ରଧାନ,ବିଷ୍ଣୁ ସାହୁ ଓ ଜଟଣୀ ବ୍ଲକ ଅଧକ୍ଷା ଜୟନ୍ତୀ ଛୋଟରାୟ ସମେତ ଦଳର ବହୁ କର୍ମକର୍ତ୍ତା ତଥା ବିଜୁଜନତା ଦଳ ମହିଳା ସଂଗଠନର ଶତାଧିକ ମହିଳା କର୍ମୀମାନେ ସାମିଲ ହୋଇଥିଲେ l
















