No Result
View All Result
୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଆର,ଉଦୟଗିରି ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ର ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ବ୍ଳକର ୧୭ଟି ପଞ୍ଚାୟତ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଆର,ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର ଠାରୁ ଏକ ବିଶାଳ ଶୋଭାଯାତ୍ରରେ ବାହାରି ନବୀନ ସରକାରଙ୍କ ଜନହିତକର ଯୋଜନା ସବୁକୁ ଡାକଜାଜି ଯନ୍ତରେ କରି ସହର ପରିକ୍ରମା କରି ସ୍ଥାନୀୟ ହାଟପଦା ଯାଏ ଯାଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଏକ ପଥପ୍ରାନ୍ତ ସଭା କରିଥିଲେ ।

ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ଆହାନ କ୍ରମେ ବିଜେଡି ବ୍ଳକ ସଭାପତି ଭୀମ ପାଇକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଏସଡିସି ଅଧ୍ୟକ୍ଷା ମରିୟମ ରଇତ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର , ଉପାଧ୍ୟକ୍ଷା ବିଜୟଲକ୍ଷ୍ମି ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ଯମୁନା ଦଳବେହେରା,

ପ୍ରତି ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ/ ସଭ୍ୟା, ବ୍ଳକ ଯୁବ ସଭାନପତି, ଛାତ୍ର ସଭାପତି ଓ ମହିଳା ବ୍ଳକ ସଭାପତି,ଶତାଧିକ ବିଜେଡି ସମର୍ଥକ ତଥା ବିଜୁ ପ୍ରେମୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଗୋଷାଣି ବ୍ଳକ ଜିଲାପରିଷଦ ସଭ୍ୟ , ବ୍ଳକ ସଭାପତି ଓ ନୁଆଗଡ ସାଂସଦ ପ୍ରତିନିଧିଙ୍କ ସହ ବହୁ ବିଜୁକର୍ମୀ ଆସି ଯୋଗଦେଇ ପଦଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

No Result
View All Result