No Result
View All Result
ବାହାରିଲା ସଚେତନତା ରଥ
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗିର :-> ବାଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ଲାଠୋର ରାଧାକୃଷ୍ଣ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ଆଡ ଏଟ୍ ଆକ୍ସନ ର ମିଳିତ ଉଦ୍ୟମରେ ବେଆଇନ ଦାଦନ ଚାଲାଣ ଉପରେ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ ” ଉଦ୍ଧାର-୨” ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆଡ ଏଟ ଆକ୍ସନ ର ପ୍ରୋଗ୍ରାମ ଅଫିସର ସରୋଜ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା,

ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି, ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ପାଟଣାଗଡ ଉପଜିଲା ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା , ବିଡ଼ିଓ ଆକାଶ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ବେଆଇନ ଶ୍ରମିକ ଚାଲାଣ ରୋକିବାକୁ ସମସ୍ତେ ହାତ ମିଳାଇବା କହିଥିଲେ।

ପ୍ରଥମେ ଅତିଥି ମାନେ ସଚେତନ ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପୋଲିସ ଅନ୍ୟ ମାନଙ୍କ ମଧ୍ୟରେ ଏନ ଏଚ ଆର୍ ସି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସସ୍ମିତା ବାରିକ, ସି ଡି ପି ଓ ସୁଜାତା ଦୋରା, ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ସମେତ ପୋଲିସ ବିଭାଗ ଅଧିକାରୀ, ଏସ ଏଚ ଜି ମହିଳା, ଦାଦନ ଶ୍ରମିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସନ୍ଧ୍ୟାରାଣୀ ପତି ପରିଚାଳନା କରିଥିଲେ ।

No Result
View All Result