ଓଡିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଗୁରୁବାର ) ବାଲିକୁଦା-ଏରସମା :- ଗତକାଲି ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଜୋନ୍ ନଂ-୪ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ,ବାଲିତୁଠ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଏହି ଶିବିରରେ ମୋଟ ୪୨୭ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମବୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ, ଜିଲ୍ଲାରେ ଯେତେଥର ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ରକ୍ତ ସଂଗ୍ରହ କରାଯାଇଛି, ତନ୍ମଧ୍ୟରେ ଏହା ହେଉଛି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ । କରୋନା ସ୍ଥିତିରେ ମଧ୍ୟ ରକ୍ତଦାତାମାନେ ଏହି ପୁଣ୍ୟକାର୍ଯ୍ୟରେ ସାମିଲ ହୋଇ ରକ୍ତଦାନ କରିଥିବା ଅଂଚଳ ପାଇଁ ଅତ୍ୟନ୍ତ ଗୌରବର କଥା ଏବଂ ରୋଗୀଙ୍କ କଲ୍ୟାଣ ତଥା ସମାଜର ହିତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସଂଗୃହୀତ ଏହି ରକ୍ତ ମଧ୍ୟରୁ ୨୫୩ ୟୁନିଟ୍ ରକ୍ତ କେନ୍ଦ୍ରୀୟ ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କ,କଟକ ଏବଂ ୧୩୬ ୟୁନିଟ୍ ରକ୍ତ ଏସ୍.ସି.ବି ମେଡିକାଲ ବ୍ଲଡ୍ ବ୍ୟାଙ୍କକୁ ପଠାଯାଇଥିବା ବେଳେ ୩୮ ୟୁନିଟ୍ ରକ୍ତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରଖାଯାଇଛି । ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା,
କାର୍ଯ୍ୟକ୍ରମରେ ଯୋଗଦେଇଥିବା ବ୍ଲଡ୍ ବ୍ୟାଙ୍କ ଅଧିକାରୀ, ଡାକ୍ତର ଓ ସହଯୋଗ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ମବୀ ଶ୍ରୀ ଦାସ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଥାଉକି, ଏହି ରକ୍ତଦାନ ଶିବିର ଶାରୀରିକ ଦୂରତା ଓ ମାସ୍କ ପରିଧାନ ପୂର୍ବକ କୋଭିଡ୍-୧୯ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । (ରିପୋର୍ଟ – ରଶ୍ମି ରଞ୍ଜନ ଖୁଣ୍ଟିଆ)