No Result
View All Result
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଇଂ ଅଭିଷେକ ପାଲଙ୍କ ତୃତୀୟ ବାର୍ଷିକ ସ୍ମୃତି ଚାରଣ ଉତ୍ସବ ଉପଲକ୍ଷେ, ୨୦ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ଏବଂ ହୁଇଲ ଚେୟାର ଇଂ ଅଭିଷେକ ମେମୋରିଆଲ ଚାରିଟେବୁ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି । କଟକ ସଦର ଥାନା ଆନ୍ତରଗତ କାଜିପାଟଣା ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଅନୁଷ୍ଟାନର ବର୍ଖ ଉପଦେଷ୍ଟା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଲେଙ୍କା ଅଧ୍ୟକ୍ଷମତା କରିଥିଲେ ।

ଏହି ସଭାରେ ଇଣ୍ଟରନେସନାଲ ହିୟୁମ୍ୟାନ ରାଇଟ୍ସର ଅରଗାନାଇଜସନର ଅଧ୍ୟକ୍ଷା ଡ଼ଃ ମୋନାଲିସା ମଲ୍ଲିକ ମୁଖ୍ୟ ଅତିଥି, ଡ୍ରଗସ କଣ୍ଟ୍ରୋଲ ବୋର୍ଡ଼ର ସଦସ୍ୟ ମାମିନାପଟ୍ଟନାୟକ, ଉତ୍କଳ ବାଳାଶ୍ରମର ସୁପରିଟେଣ୍ଡେଣ୍ଟ ପ୍ରଞାସିନୀ ପ୍ରଧାନ, ୫୬ ନମ୍ବର ୱ।ର୍ଡ଼ର କର୍ପୋରେଟର ଲିପ୍ସା ନାୟକ, ପୂର୍ବତନ କର୍ପୋରେଟର ସଞ୍ଜୟ ବରାଳ, ପ୍ରଦୀପ ବେହେରା,ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ , ପ୍ରଭାତ କୁମାର ସ୍ୱାଇଁ, କାଜିପାଟଣା ଗ୍ରାମର ମୁଖିଆ ବୈଦନାଥ ସ୍ୱାଇଁ,

ଆଡ଼ଭୋକେଟ ଅର୍ଣପୂର୍ଣ୍ଣା ସାହୁ ସମ୍ମାନିତ ଅତିଥି ଭାବେ ଯଞଗ ଦେଇ , ଅଭିଷେକ ମେମୋରିଆଲ ଚାରିଟେବୁ ଟ୍ରଷ୍ଟ ବିଭିନ୍ନ ସମୟରେ ଅବହେଳିତ, ଗରିବ,ଦିବ୍ୟାଙ୍ଗ, ଲୋକମାନଙ୍କୁ ସହାୟତା କରିଆସୁଥିଲା ବେଳଜ, ଉଚ ଶିକ୍ଷାରୁ ବଞ୍ଚିତ ହେଉଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ଆସୁବାରୁ ଟ୍ରଷ୍ଟର ପ୍ରତିଷ୍ଠାତା ବିଜୟ କୁମାର ପାଲଙ୍କ କାର୍ଯ୍ୟଧାରାକୁ ଅତିଥି ମାନେ ପ୍ରସଂଶା କରିଥିଲେ ।

ଏହି ଉତ୍ସବରେ ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସିଏମସିର ୫୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବସ୍ତ୍ର ଏବଂ ଫଳ ଚାରା ପ୍ରଦାନ କରାଯାଇଥିଲା । ପ୍ରବୀର କୁମାର ନାୟକଙ୍କ ସମେତ ଅନୁଷ୍ଠାନର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result