No Result
View All Result
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଆଜି ପଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଅକ୍ଟୋବର ୧୦ ତାରିଖକୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ସ୍ଵାସ୍ଥ୍ୟ ବିଷୟରେ ଆଲୋଚନା କରାଯାଇଥିଲା ।
କୈ।ଣସି ପ୍ରକାର ଚାପ ଗ୍ରସ୍ତ ହୋଇ କାର୍ଯ୍ୟ କରିବା, ନିଶାଦ୍ରବ୍ୟ, ମାଦକ ଦ୍ରବ୍ୟ, ସେଵନରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦିଆଗଲା । ଚଳିତ ବର୍ଷର ବାର୍ତା ମାନସିକ ସ୍ଵାସ୍ଥ୍ୟ ଏକ ସର୍ବଭାରତୀୟ ମାନବ ଅଧିକାର । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ପରିକ୍ରମା କରାଯାଇଥିଲା । ଆଜିର ଏହି ଏହି କାର୍ଯ୍ୟକ୍ରମକୁ ବିପିଏମ୍ ମହାନନ୍ଦ ମିସ୍ତ୍ରୀ, ପିଏଚଇଓ ନବୀନ ଚନ୍ଦ୍ର ସମରଥ ଏବଂ ବିଡିଏମ୍ ସୁରଜ୍ କୁମାର ଦେ ପରିଚାଳନା କରିଥିଲେ ।
No Result
View All Result