ଓଡିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଗୁରୁବାର )ଗଜପତି ,ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଉ ୧୭ ପଜେଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୩୬ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କୋଭିଡ ଯୋଦ୍ଧା, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଥିବା ୪ ଜଣ ପ୍ରବାସୀ, ଜଣେ ଅନ୍ୟ ଜଣେଙ୍କ ସଂସ୍ପୋରସ ରେ ଆସିଥିବା ବେଳେ ଅନ୍ୟ ୫ ଜଣ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ବେଳେ ଚିହ୍ନଟ ହୋଇଥିବା ଜଣା ପଡିଛି ।
ପାରଳଖେମୁଣ୍ଡି ପୌରପରିସଦରେ ଚିହ୍ନଟ ହୋଇଥିବା ୭ ପଜେଟିଭ ହେଉଛନ୍ତି ଇନ୍ଦିରା ନଗର, ବଡବ୍ରlହ୍ମଣ ସାହି, ଶ୍ରୀଧର ନଗର-୧, ରଧାଗୋବିନ୍ଦ ନଗର ଓ ବେତାଗୁଡ଼ । ରିଜର୍ଭ ପୋଲିସ କାର୍ଯ୍ୟାଳୟ ର,୫ ଜଣ ରାୟଗଡ଼ ବ୍ଲକ ନାରାୟଣପୁର ପଞ୍ଚାୟତର ନାରାୟଣପୁର ଗ୍ରାମର,୪ ଜଣ କାଶୀନଗର ଓ ରାୟଗଡ଼ ବ୍ଲକ ର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ଜଣେ କାଶୀନଗର ସହରର ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି । (ରିପୋର୍ଟ-ଗରୁଡ ଧ୍ୱଜ ଚୌଧୁରୀ)