୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଏକାମ୍ର ନିର୍ବାଚନ ମଣ୍ଡଳୀରେ ଗତ କାଲି ଓ ଆଜି ପ୍ରାୟ ୬.୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି। ସେଥି ମଧ୍ୟରୁ ୱାର୍ଡ ନଂ ୬୧ ର ୱାର୍ଡ କାର୍ଯ୍ୟାଳୟ, ଭୀମଟାଙ୍ଗି ହାଉସିଂବୋର୍ଡ ଅଞ୍ଚଳ ର ତିନିଗୋଟି ରାସ୍ତା ର ଭିତ୍ତିପ୍ରସ୍ତର ଏବଂ ଏକ ୱାଟର୍ କିଏସ୍କୋ, ବିଧାୟକ ଆଞ୍ଚଳିକ ଉନ୍ନୟନ ଅନୁଦାନ ପାଣ୍ଠିରୁ ପିପୁଲସ ବିଜୁ ଆଦର୍ଶ କଲୋନୀ ମହିଳା ସମିତି ଗୃହ,

ଭିମଟାଙ୍ଗି ଉନ୍ନୟନ ପରିଷଦ କମ୍ମ୍ୟୁନିଟ ହଲ, ଶିବସିବା ମହିଳା ସମିତିର ନୂତନ ଶୌଚାଳୟ,କୈବର୍ତ୍ତ ସାହି ଦୁର୍ଗା ମଣ୍ଡପ ର ଉଦଘାଟନ ,ୱାର୍ଡ ନଂ ୫୪ ର ୱାର୍ଡ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର , ତିନିଗୋଟି କଂକ୍ରିଟ ରାସ୍ତା ଓ ଡ୍ରେନର ଶୁଭ ଉଦଘାଟନ। ୱାର୍ଡ ନଂ ୬୦ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରାଚୀର ଓ ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ।

ସେହିପରି ଆଜି ୱାର୍ଡ ନଂ ୬୩ ଜାଗମରା ସୋଆ ବିଶ୍ଵବିଦ୍ୟାଳୟ ଠାରୁ ଗୃହ ଲକ୍ଷ୍ମୀ ମହିଳା ସମିତି ଭାୟା ତପୋବନ ବିଜୁ ଆଦର୍ଶ କଲୋନୀ ପର୍ଯ୍ୟନ୍ତ ୯୩ ଲକ୍ଷ ଟଙ୍କା ବ୍ୟୟରେ ଫେସ୍ ଲିପ୍ଟିଂ ରାସ୍ତାର ଭିତ୍ତିପ୍ରସ୍ତର ସହ ୱାର୍ଡ ନଂ ୨୩ ଘାଟିକିଆ ଠାରେ ଏକ କୋଟି ଦୁଇ ଲକ୍ଷ ଟଙ୍କାର ୨୨ ଗୋଟି ଦୋକାନ ଗୃହ ଥିବା ବି ଏମ ସି ବଜାର,

୨ କୋଟି ୪୭ ଲକ୍ଷ ଟଙ୍କା ରେ ଘାଟୀକିଆ ଗ୍ରାମ ପୋଖରୀ ପୁନଃରୁଦ୍ଧାର ସହ ନବୀକରଣ କାର୍ଯ୍ୟ କୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ମେୟର ସୁଲୋଚନା ଦାସ,ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଶିବ ନାରାୟଣ ରାୟ, ଶିବ ପ୍ରସାଦ ବେହେରା,ଚନ୍ଦ୍ର ଶେଖର ମଲ୍ଲିଆ,କିରଣ ମାଝୀ,

ଅମରେଶ ଜେନା,ସବିତା ଛୋଟରାୟ,ଏମ ସି ଅତିରିକ୍ତ କମିଶନର ମୟୂର ସୂର୍ଯ୍ୟବଂଶୀ, ପୂର୍ବତନ କର୍ପୋରେଟର ରୁନୁ ଜେନା, ରଘୁନାଥ ମହାନ୍ତି,ଦିଲ୍ଲୀପ ମାଝୀ,ବିଧାୟକ ପ୍ରତିନିଧି ଦାଶରଥି ଗରାବଡୁ, ବି ପ୍ରମୁଖ ଉପସ୍ଥିତ ଥିଲେ














