No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସଢ଼ାହଂଶ ପଞ୍ଚାୟତ ସରାକୁଳ ଗାଁ ର କିଛି ଦଳିତ ପରିବାର ଲୋକ ନିଜ ଜମି ରେ ବିରି ବୁଣି ବାକୁ ଗତକାଲି ଯାଇଥିବା ବେଳେ ସେହି ଗାଁ ର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ସବର୍ଣ୍ଣ ଲୋକ ହାତ ରେ ଠେଙ୍ଗା ବାଡ଼ି ତେଣ୍ଟା , ଲୁହାରଡ଼ , ବୋମା ପ୍ରଭୁତି ବିଭିନ୍ନ ମାରଣାସ୍ତ୍ର ଧରି ଦଳିତ ଲୋକମାନଙ୍କ ଉପରେ ହଠାତ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ରେ ବଟ କାଣ୍ଡି ଙ୍କ ପେଟରେ ତେଣ୍ଟା ପଶି ଯାଇ ଗୁରୁତର ଅବସ୍ଥା ସୃଷ୍ଟି କରିଥିବା ବେଳେ କାହୁଁ କାଣ୍ଡି , ପ୍ରକାଶ ଚନ୍ଦ୍ର କାଣ୍ଡି , ସତ୍ୟବାଦୀ କାଣ୍ଡି , ବରୁ କାଣ୍ଡି ,

ଆଶିଷ କାଣ୍ଡି ପ୍ରଭୁତି ଙ୍କ ର ମୁଣ୍ଡ , କାନ , ଛାତି, ପେଟରେ ମାରଣାସ୍ତ୍ର ରେ ରକ୍ତାତ ଭାବ ଅବସ୍ଥା ସୃଷ୍ଟି କରିବାରୁ ସେମାନେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ନିଆଳି ସ୍ୱାସ୍ଥ୍ୟ କେନ୍ଦ୍ର ଙ୍କୁ ନିଆ ଯାଇଥିଲା । ସେମାନ ଙ୍କ ଅବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ସେମାନଙ୍କୁ କଟକ ବଡ଼ ମେଡ଼ିକାଲ ପଠାଇଛନ୍ତି । ଏବେ କଟକ ବଡ଼ ମେଡ଼ିକାଲ ରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାର କୁହାଯାଇଛି ।

ଏହି ସରାକୁଳ ଗାଁ ରେ ଜାତିଆଣ ମନ ଭାବକୁ ନେଇ ବିଭିନ୍ନ ସମୟ ରେ ଗୋଷ୍ଟି ସଂଘର୍ଷ ଲାଗି ରହି ଥିବାର କୁହାଯାଇଛି । ଘଟଣା ଘଟିବାର ପୂର୍ବ ଦିନ ରେ କିଛି ମହିଳା ବିଲ କୁ ଘାସ ଆଣିବାକୁ ଯାଇଥିବା ବେଳେ ସେମାନଙ୍କୁ ଖରାପ ବ୍ୟବହାର କରାଯାଇଥିଲା । ଏନେଇ ମହିଳା ଙ୍କ ପକ୍ଷରୁ ନିଆଳି ଥାନା ରେ ଅଭିଯୋଗ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ଦଳିତ ପରିବାର ଉପରେ ଏପରି ମରଣାତ୍ମକ ଆକ୍ରମଣ ହୋଇଥିବା ର ପରିବାର ପକ୍ଷରୁ କୁହାଯାଇଛି ।

ଦଳିତ ପରିବାର ଉପରେ ଏହି ଆକ୍ରମଣ କୁ ନିନ୍ଦା କରି ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ପୋଲିସ ଏହାର ତଦନ୍ତ କରୁଥିବା ବେଳେ ଠିକ୍ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାରମ୍ବାର ଏପରି ଦଳିତ ଙ୍କ ଉପରେ ଆକ୍ରମଣ ହେଉଛି ବୋଲି ସ୍ଥାନୀୟ ବାସିଙ୍କ ପକ୍ଷରୁ କୁହାଯାଇଛି ।

No Result
View All Result