No Result
View All Result
୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜୁ ଜନତା ଦଳର ବ୍ଲକ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି । ପଡ଼ିଆ ବ୍ଲକ ବିଜେଡ଼ି ସଭାପତି ଭାବେ ଏମ୍ ଡି ଫାରୁକଙ୍କୁ ଦାୟିତ୍ଵ ଦିଆଯାଇଛି । ବିଜେଡ଼ି ପକ୍ଷରୁ ଗତକାଲି ପ୍ରକାଶିତ ବିଜ୍ଞାପ୍ତିରେ ପଡ଼ିଆ ପଞ୍ଚାୟତ ସମିତିରେ ବିଜୁ ଜନତା ଦଳର ସଭାପତି ଭାବେ ଏମ୍ ଡି ଫାରୁକଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି ।
ଫଳରେ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି । ଶ୍ରୀ ଫାରୁକଙ୍କ ବାସଭବନ ରେ ପଡ଼ିଆ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ । ସୁରଭି ଭୈ।ମିକ, ଜୋନ୍ ସଭାପତି ଏମ୍ ମେଶାକ ରବି, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ବିଜେଡ଼ି କର୍ମୀ ଶୁଭ୍ରାଂଶୁ ଶେଖର ସାହୁ, ଦେବେନ୍ଦ୍ର ରାଓ ଓ ଶଙ୍କର ଶ୍ରୀନୁ ସମେତ ବହୁ ବିଜେଡ଼ି କର୍ମୀ ଶ୍ରୀ ଏମ୍ ଡି ଫାରୁକ୍ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
No Result
View All Result