No Result
View All Result
ସମସ୍ୟା ଭିତ୍ତିକ ଖବର ସଂଗ୍ରହ ଉପରେ ଗୁରୁତ୍ବ ପାଇଁ ନିଷ୍ପତ୍ତି ।
ପାଟଣାଗଡ଼ :-> ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ନୂଆଖାଇଁ ଭେଟଘାଟ ଖପ୍ରାଖୋଲ ବ୍ଳକ ସ୍ଥିତ କୁସୁମକାନୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କରୁଣାକର ବୁଡେକ ଙ୍କ ଅଧ୍ୟକ୍ଷତା ଓ ସାମ୍ବାଦିକ ଚନ୍ଦ୍ରଶେଖର ବରିହା ଙ୍କ ତତ୍ତ୍ବବଧାନରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ରେ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ ସହ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସଂଘର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିବା ବେଳେ ବିଭିନ୍ନ ସମସ୍ୟା ଭିତ୍ତିକ ଖବର ସଂଗ୍ରହ କରିବାକୁ ଗୁରୁତ୍ବ ଦେଇ ଖବର ପରିବେଷଣ କରିବାକୁ ସମସ୍ତ ସଦସ୍ୟ ମାନଙ୍କୁ ତତ୍ପର ହେବାପାଇଁ ସଭାପତି ପରାମର୍ଶ ଦେଇଥିଲେ । ଆଗାମୀ କାର୍ଯ୍ୟକାରିଣୀ ବୈଠକରେ ନୂତନ ସଦସ୍ୟ ମାନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଉପଦେଷ୍ଟା ଜଗଦୀଶ ଭୋଇ , କୋଷାଧ୍ୟକ୍ଷ ଘନ ଭୋଇ

ଭୋଜ ରାଜ ବରିହା ,ଲଲିତ ମଲ୍ଲିକ , ଗୁଣନିଧି ପୁଟେଲ , ଭଜଶଙ୍କର ଦୀପ ,ଗୌରୀଶଙ୍କର ବରିହା ,ରଙ୍ଗାଧର ପୁଟେଲ , ଅଭିମନ୍ୟୁ ବାଗ ,ପତିରାଜ ଧରୁଆ ,ପ୍ରତ୍ୟୁଷ ରଞ୍ଜନ ଖମାରୀ ,ଚୁଡାମଣି ଭୁଏ ,ନରୋତ୍ତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉପ ସଭାପତି ଗୋରେଖ ନାଥ ବରିହା ସ୍ବାଗତ ଭାଷଣ ଓ ପରିଚାଳନା କରିଥିବା ବେଳେ ସଭାପତି ଶ୍ରୀ ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result